କ୍ୟାନସରରେ ପୀଡିତ ହୋଇ ଜୀବନ ପାଇଁ ଛଟପଟ ହେଉଛି କୁନିପୁଅ ଓମ । ପୁଅକୁ ନୂଆ ଜୀବନ ଦେବାକୁ ଭିକ ମାଗିଲା ମାଆ ।

139

କନକ ବ୍ୟୁରୋ: କର୍କଟର କଷ୍ଟ ଆଉ କେତେ ସହିବ କୁନିପୁଅ । ଯନ୍ତ୍ରଣା ଜୀବନକୁ ଜାରି ଦେଲାଣି । ଏତେ କମ ବୟସରୁ ଏତେ କଷ୍ଟ ମିଳିବ ବୋଲି କଣ ଜାଣିଥିଲା ଓମ । ସେ ତ ଖେଳୁଥିଲା, ବୁଲୁଥିଲା, ପାଠ ପଢି ଭଲ ମଣିଷ ହେବାକୁ ସ୍ୱପ୍ନ ଦେଖୁଥିଲା । ହେଲେ ବ୍ଲଡ କ୍ୟାନସର ଯେ ହଠାତ କଅଁଳ ଶିଶୁ ଦେହରେ ଚରିଯିବ ତାହା ସେ କଳ୍ପନା ବି କରିନଥିଲା । ଆଉ ଏବେ ରକ୍ତକର୍କଟରେ ପଡି ରୋଗ ବିଛଣାରେ ଶୋଇଛି ୧୩ ବର୍ଷର ଓମ । କେବେ ଭଲ ହେବ ? କେମିତି ଭଲ ହେବ? କିଏ ଭଲ କରିବ ? କିଛି ଜାଣିନି ସେ… ଏପଟେ ପୁଅର ଚିକିତ୍ସା ପାଇଁ ହାତଯୋଡି ଗୁହାରୀ କରିଛି ମାଆ..

ଅନୁଗୁଳ ବ୍ଲକ ଅକଟାଗ୍ରାମର ଶ୍ରବଣ କୁମାର ଦାସଙ୍କ ବଡ ପୁଅ ଓମ ସପ୍ତମ ଶ୍ରେଣୀରେ ପାଠ ପଢେ । ପାଠ ପ୍ରତି ଅନେକ ଆଗ୍ରହ ଥିଲେ ବି ରୋଗ କିନ୍ତୁ ଓମର ଆଶାରୁ ଉଭାଇ ଦେଇଛି । ୩/୪ ମାସ ତଳେ ହଠାତ ଓମର ଦେହ ଅସୁସ୍ଥ ହୋଇପଡିଲା । ପୁଅର ଅବସ୍ଥା ଦେଖି ବଢିଗଲା ବାପାମାଆଙ୍କ ଚିନ୍ତା । ପ୍ରଥମେ ଅନୁଗୁଳ, ପରେ ଏମସ, କଟକ ତା ପରେ ବୁର୍ଲା ନେବା ପରେ ଓମକୁ ବ୍ଲଡ କ୍ୟାନସର ହୋଇଥିବା ଜଣାପଡିଥିଲା । ଆଉ ଏ ଘଟଣା ଗରିବ ବାପାମାଆଙ୍କ ପାଦତଳୁ ମାଟି ଖସାଇ ଦେଇଥିଲା ।

ପୁଅର ଚିକିତ୍ସା ପାଇଁ ବାପା ୩ ମାସରେ ପାଖାପାଖି ୨ ଲକ୍ଷ ଟଙ୍କା ଧାରକରଜ କରିସାରିଣେି । ସେପଟେ ଅଧିକ ଚିକିତ୍ସା ପାଇଁ ଟାଟା ନେବାକୁ ଚିନ୍ତା କରୁଥିବା ବେଳେ ଶ୍ରବଣଙ୍କୁ ଚାକିରିରୁ ବିଦା କରିଦେଇଛି ମାଲିକ । ଏକ ଲୁଗା ଦୋକାନରେ କାମ କରି ଘର ଚଳାଉଥିବା ଶ୍ରବଣ ପୁଅର ଚିକିତ୍ସା ପାଇଁ ମାଲିକକୁ ଟଙ୍କା ମାଗିବାରୁ ନିର୍ଦ୍ଦୟ ମାଲିକ ନିଷ୍ଠୁରତାର ପରିଚୟ ଦେଇଛି । ନିଜ ହାତରେ ନିଜ ମାନବିକତାକୁ ମାରିଦେଇଛି । ଯଦି ମାଲିକ ଆଜି ଶ୍ରବଣଙ୍କ ଜାଗାରେ ଥାଆନ୍ତେ ଆଉ ତାଙ୍କ ପୁଅର ଚିକିତ୍ସା ପାଇଁ ଟଙ୍କା ମାଗୁଥାନ୍ତେ ତେବେ କଣ ହୋଇଥାନ୍ତା ସେହି ସମୟର ଚିତ୍ର । କର୍ମଚାରୀ ବୋଲି ଅଭାବରେ ପଡି ମାଲିକଙ୍କୁ ଟଙ୍କା ମାଗିବା କଣ ଭୁଲ ? ମାଲିକ ଟଙ୍କା ତ ଦେଲେନି ପ୍ରତିବଦଳରେ ଜୀବିକା ଛଡାଇ ନେଲେ? ଜଣଙ୍କ ବିପଦ ବେଳେ ମାଲିକ ହିସାବରେ କଣ ଠିକ କଲେ? ନିଜକୁ ଥରେ ନୁହେଁ ବାରମ୍ବାର ପ୍ରଶ୍ନ କରନ୍ତୁ ଶ୍ରବଣଙ୍କୁ ଚାକିରିରୁ ବାହାର କରିଥିବା ମାଲିକ ।

ସେପଟେ ଓମଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିବାରୁ ସାହାଯ୍ୟ ମାଗିଛି ପରିବାର । ତେବେ ଆପଣ ଯଦି ଓମଙ୍କୁ ସହାୟତା କରିବାକୁ ଚାହୁୁଁଛନ୍ତି ତାହାଲେ ତାଙ୍କ ବାପାଙ୍କ ଆକାଉଣ୍ଟ ନମ୍ବରରେ ସହାୟତା କରିପାରିବେ । ଲେଖି ରଖୁନ୍ତୁ ତାଙ୍କ ଆକାଉଣ୍ଟ ନମ୍ବର…


ଆସନ୍ତୁ ନିଜ ସକ୍ଷମ ଅନୁସାରେ ଓମକୁ ସାହାଯ୍ୟ କରିବା ତାକୁ ନୂଆ ଜୀବନ ଦେବା ।