ହସ୍ପିଟାଲ ଆଇସିୟୁରେ ପୁଅ : ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା, ମା’

ପୁଅର ଚିକିତ୍ସା ପାଇଁ ଅସହାୟ ପାଲଟିଗଲା ପରିବାର । ଖର୍ଚ୍ଚ ହେଲାଣି ୯ଲକ୍ଷ ଆହୁରି ଦରକାର ୫ରୁ ୭ଲକ୍ଷ ଟଙ୍କା

403

କନକ ବ୍ୟୁରୋ : ମାସେରୁ ଅଧିକ ସମୟ ଧରି ଚିକିତ୍ସିତ ହେବା ପରେ ମଧ୍ୟ ଭବେଶଙ୍କ ଚେତା ଫେରିନାହିଁ । ଆଗକୁ କ’ଣ ହେବ କିଛି ଜଣାନଥିବା ବେଳେ ପୁଅ ପାଇଁ ସବୁକିଛି ହରାଇ ସାରିଲେଣି ବାପା,ମା’ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବଡଗଡିଆ ଗ୍ରାମର ଷୃଷ୍ଟିଧର ବେହେରାଙ୍କ ପୁଅ ଭବେଶ ଗତ ଅଗଷ୍ଟ ୧୩ ତାରିଖରେ ୬୦ନଂ ଜାତୀୟ ରାଜପଥରେ ଏକ କାର ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ବାପା ସମସ୍ତ ଜମିବାଡି ବିକ୍ରି ସହ ଘରେ ଥିବା ଗାଇ ଦୁଇଟିକୁ ମଧ୍ୟ ବିକ୍ରି କରି ଦେଇଛନ୍ତି ।

ପୃଷ୍ଟିଧରଙ୍କ ସମ୍ପତି କହିଲେ ଆଜବେଷ୍ଟର ଛପର ଘର, ୧୫ ଡେସିମିଲ ଚାଷ ଜମି । ମୁଲ ଲାଗି ପରିବାରର ଗୁଜୁରାଣ ମେଂଟାନ୍ତି ପୃଷ୍ଟିଧର । ଅଗଷ୍ଟ ୧୩ ତାରିଖରେ ଭବେଶ କ୍ଷୀର ବିକ୍ରି କରିବା ପାଇଁ ଗୋଡିଖାଲ ଯାଉଥିବା ବେଳେ ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଭବେଶର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ଭବେଶଙ୍କୁ ବସ୍ତା ପରେ ବାଲେଶ୍ୱର ମେଡିକାଲ ନିଆଯାଇଥିଲା ମାତ୍ର ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ସାହାଯ୍ୟ ପାଇଁ ପ୍ରଶାସନିିକ ଅଧିକାରୀ, ରାଜନେତାମାନଙ୍କୁ ଗୁହାରୀ ହୋଇଥିଲେ କିଛି ସୁଫଳ ମିଳିପାରି ନାହିଁ ।

ଏବେ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବାବୁ କିଛି ସାହାର୍ଯ୍ୟ କର ବାବୁ, ଆପଣ ସାହାର୍ଯ୍ୟ କଲେ ପୁଅର ଅପରେସନ ହେବ, ପୁଅର ଚିକିତ୍ସା ବେଳର ଫଟୋକୁ ଧରି ଏମିତି କାନ୍ଦି କାନ୍ଦି  ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବାପା, ମା’ । ହସ୍ପିଟାଲରେ ଥିବା ପୁଅର ଫଟୋକୁ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ବାପା ମା’ । ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ପୁଅ ପାଇଁ ବାପା ମା’ ସବୁ ପ୍ରୟାସ କରି ବିଫଳ ହେବା ପରେ ଶେଷରେ ଏହି ଉପାୟ ଆପଣାଇଛନ୍ତି ।  ପୁଅ ଜୀବନ ବଂଚାଇବାକୁ ଗାଁ ଦାଣ୍ଡରେ ବୁଲି ସଂଗ୍ରାମ କରୁଛନ୍ତି ବାପା, ମା’ । ଗାଁଲୋକ ସାହାଯ୍ୟ କଲେ ପୁଅର ଅପରେସନ ହେବ ବୋଲି କୋହଭରା କଣ୍ଠରେ କହି ଭିକ୍ଷା ମାଗୁଛନ୍ତି ବାପା, ମା’ । ଏବେ ଭବେଷ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ୯ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଆହୁରୀ ୫ରୁ ୭ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।