କନକ ବ୍ୟୁରୋ : ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କୁ ସତର୍କ କରାଇ ଦେଇଛନ୍ତି ବିଶେଷଜ୍ଞ । ଆମେରିକା ୱାଂଶିଟନ ଡିସିର ମେରିଲାଣ୍ଡ ୟୁନିର୍ଭସିଟିର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଫହିମ ୟୁନିସ ଓମିକ୍ରନକୁ ନେଇ ପ୍ରଚଳିତ ଗୁଜବ ଉପରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, କରୋନାର ନୂଆ ପ୍ରଜାତି ଓମିକ୍ରନ ଦ୍ରୁତ ସଂକ୍ରାମକ । ଏତେ ସଂକ୍ରାମକ ଯେ ସମସ୍ତଙ୍କୁ ଆକ୍ରାନ୍ତ କରିଦେବାର ସମ୍ଭାବନା ରହିଛି ।
ଆଉ ମୋଟ ଜନସଂଖ୍ୟାର ଅଧିକ ଲୋକ ଓମିକ୍ରନରେ ଆକ୍ରାନ୍ତ ହେଲେ, ଡେଲଟାର ସ୍ଥାନ ଓମିକ୍ରନ ନେବ । ଅଧିକ ଲୋକ ସଂକ୍ରମିତ ହେଲେ ହର୍ଡ ଇମ୍ୟୁନିଟି ହୋଇ ଏହା ଟିକା ଭଳି କାମ କରିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହି ମନ୍ତବ୍ୟ ଉପରେ ବିଶ୍ୱାସର ନନେବାକୁ ବିଶ୍ୱବାସୀଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ଫହିମ ୟୁନିସ । କହିଛନ୍ତି ଟିକିଏ ଅବହେଳା ଆପଣଙ୍କୁ ବିପଦରେ ପକାଇପାରେ, ବାହାରକୁ ବାହାରିଲେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ ଓ ଗହଳି ଠାରୁ ଦୁରେଇ ରହନ୍ତୁ । ଏପରି କଲେ କରୋନା ସଂକ୍ରମଣକୁ ରୋକାଯାଇପାରିବ ।