କନକ ବ୍ୟୁରୋ: ଏ ଆଖିରେ ଅଛି ଅନେକ ଆଶା, ଭବିଷ୍ୟତକୁ ନେଇ ଢେର ସାରା ସ୍ୱପ୍ନ । ଓଠର ଏ ନିର୍ଭେଜାଲ ମୁରୁକି ହସ କହୁଛି ମୁଁ ହାରିବିନି, ମୁଁ ଜିତିବି । ଜୀବନର ବାଜି ଜିତି ସ୍ୱପ୍ନ ପୂରା କରିବି...
ହସ୍ପିଟାଲରେ ବାପାଙ୍କ କୋଳରେ ଥିବା ଏ କୁନି ଝିଅ ଏଯାଏଁ ଜାଣିନି ତାକୁ କ୍ୟାନସର ହୋଇଛି ବୋଲି । ତାକୁ ମାରାତ୍ମକ ରୋଗ ମାଡି ବିସିଛି ବୋଲି । କେମିତି ବା ଜାଣନ୍ତା ଯେ, ବାପା ପରା ତାଙ୍କୁ ମିଛ କହିଛନ୍ତି । ତାକୁ ଜର ହେଇଛି କହି ମେଡିକାଲ ଆଣିଛନ୍ତି... ଥରେ ଭାବିଲେ ଝିଅ ମୁହଁରେ ଫୁଟୁଥିବା ଏ ହସ କଣ ସତ ଜାଣିବା ପରେ ଫୁଟି ଉଠିଥାନ୍ତା ? ଭାବନ୍ତୁ ଏ ହସ ପାଇଁ ଜଣେ ବାପାକୁ କେତେ କଷ୍ଟ କରିବାକୁ ପଡିଥିବ ? ଛାତିକୁ ପଥର କରି ଝିଅକୁ ମିଛ କହିବାକୁ ପଡିଥିବ । କାରଣ ଝିଅ ସତ ଜାଣିଲେ ଭାଙ୍ଗି ପଡିବ, ସେ ହାରିଯିବ... ସେଥିପାଇଁ ଆୟେସାକୁ ମିଛ କହିଛନ୍ତି ବାପା ।
ଖୋର୍ଦ୍ଧା କାଇପଦର ଅଞ୍ଚଳର ଶେଖ୍ ଅଖତାରଙ୍କ ୬ ବର୍ଷର ସାନ ଝିଅ ଆୟେସାକୁ ବ୍ଲଡ କ୍ୟାନସର । ପ୍ରଥମ ଶ୍ରେଣୀରେ ପଢୁଥିବା ଆୟେସା ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥିବ । ଛୋଟ ହେଲା ତ କଣ ହେଲା, ବାପାମାଆ ତା ଉପରେ ଅନେକ ଆଶା ରଖିଥିବେ । ହେଲେ ଭାଗ୍ୟର ବିଡମ୍ବନା ୬ ବର୍ଷର ଛୋଟ ପିଲାକୁ କବଳିତ କରିନେଲା କ୍ୟାନସର ।
ଝିଅର ଦେହ ଖରାପ ହେବାରୁ ତାକୁ ଡାକ୍ତରଙ୍କୁ ଦେଖାଇ ସିଧା କଟକ ବଡ ମେଡିକାଲ ନେଇ ଆସିଛନ୍ତି । ଏଠି ତାଙ୍କର ୩୦ ହଜାର ଟଙ୍କା ଉପରେ ଖର୍ଚ୍ଚ ସରିଲାଣି । ଇତି ମଧ୍ୟରେ ତାଙ୍କ ପାଖରେ ଆଉ ଟଙ୍କା ନାହିଁ । ଅଖତାର ସିଲେଇ କାମ କରି ପରିବାର ଚଳାଉଥିବା ବେଳେ ତାଙ୍କର ୩ ଝିଅ । ଆୟେସା ସାନ ହୋଇଥିବାରୁ ଅଧିକ ଗେଲ ବସରରେ ବଢିଛନ୍ତି । ହେଲେ ତାଙ୍କ ଖୁସିରେ ଅମାବାସ୍ୟାର ଅନ୍ଧାର ଆଣିଦେଲେ ନିଷ୍ଠୁର ଈଶ୍ୱର ।
ଏବେ ଆୟେସାରୁ କିଏ ହେବ ସାହା...? ଯଦି ଆପଣ କୁନି ଝିଅର ଏ ହସକୁ ଦେଖିପାରୁଥିବେ ତେବେ ତା ମୁହଁରେ ସେହି ହସକୁ ବଜାୟ ରଖିବା ପାଇଁ ତାକୁ ସାହାଯ୍ୟ କରନ୍ତୁ । ତାକୁ କ୍ୟାନସର କବଳରୁ ରକ୍ଷା କରନ୍ତୁ... ଆୟେସା ପାଇଁ ସହାୟତାର ହାତ ବଢାଇବାକୁ ଚାହୁଁଥିଲେ ତାଙ୍କ ମାଆଙ୍କ ଆକାଉଣ୍ଟ ନମ୍ବରରେ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ...
ଆୟେସା ପାଇଁ ଆଗେଇ ଆସନ୍ତୁ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/50.jpg)
/kanak/media/post_attachments/wp-content/uploads/2021/12/52.jpg)