କନକ ବ୍ୟୁରୋ: ସୁପ୍ରିମକୋର୍ଟ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ଦେଶର ଆଗାମୀ ମୁଖ୍ୟବିଚାରପତି ରୂପେ ଶପଥ ନେବାକୁ ରୋକିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଛି । ଶୀର୍ଷ ଅଦାଲତର ଖଣ୍ଡପୀଠ କହିଛନ୍ତି, ଓକିଲଙ୍କ ଦଲିଲ ଶୁଣିବା ପରେ ଶୁଣାଣି କରିବାର କୌଣସି କାରଣ ନାହିଁ । ଆମକୁ ଲାଗୁଛି ଏହି ଆବେଦନ ଭୁଲ ଧାରଣା ଉପରେ ଆଧାରିତ ।
ଏହାକୁ ନେଇ ପୂର୍ବରୁ ଜଣେ ଓକିଲ ଗତ ଗୁରୁବାର ଶୁଣାଣି କରିବାକୁ କହିଥିଲେ । ତେବେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତର ନେତୃତ୍ୱାଧୀନ ଖଣ୍ଡପୀଠ ବୁଧବାର ଶୁଣାଣି ପାଇଁ ସମୟ ନିର୍ଦ୍ଧାରଣ କରିଥିଲେ । ତେବେ ଆଗାମୀ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ନଭେମ୍ବର ୯ରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ।
Follow Us