ରୋଗୀ ଭଲ କରିବେ ରୋଗ: ଆଜିଠୁ ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଆରମ୍ଭ; ଓଡିଶାର ୩ଟି ହସ୍ପିଟାଲରେ ହେବ ଥେରାପି ଚିକିତ୍ସା

ଏସସିବି ହେବ ନୋଡାଲ ସେଂଟର

278

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ । କଟକ ଏସସିବି ମେଡିକାଲକୁ ପ୍ଲାଜମା ଥେରାପିର ନୋଡାଲ ସେଂଟର ଭାବେ କାମ କରିବ ବୋଲି ପୂର୍ବରୁ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୭ହଜାର କରୋନା ଟେଷ୍ଟ କରାଯାଉଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ଟେଷ୍ଟ ୮ରୁ ୯ହଜାରକୁ ବୃଦ୍ଧି କରାଯିବ । ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।

ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ଲୋକଙ୍କୁ ଘରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଣୁ କେନ୍ଦ୍ର ସରକାର ନିଜ ବ୍ୟାପକ କ୍ଷମତା ବ୍ୟବହାର କରି ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସାର ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ କହିଛନ୍ତି ମହାମାରୀ ସମୟରେ ଘରୋଇ ହସ୍ପିଟାଲଗୁଡିକ ସମସ୍ତଙ୍କୁ ସୁହାଇଲା ଭଳି ଚିକିତ୍ସା ମୂଲ୍ୟ ନେବା ଉଚିତ । ଯେପରି କୌଣସି ବ୍ୟକ୍ତି ଅଧିକ ଖର୍ଚ୍ଚାନ୍ତ ଭୟରେ ଚିକିତ୍ସା ସୁବିଧା ଠାରୁ ଦୁରେଇ ରହିଲା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ନହେବ ।

ଏଥିପାଇଁ କେନ୍ଦ୍ର ସରକାର ଡିଜାଷ୍ଟର ମ୍ୟନେଜମେଂଟ ଆକ୍ଟ ଜରିଆରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ଘରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସାର ମୂଲ୍ୟକୁ ନିୟନ୍ତ୍ରଣ କରିପାରିବେ । ଜୁଲାଇ ୧୬ରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅଧିକାରୀ ଆବେଦନକାରୀ ଓ ଘରୋଇ ହସ୍ପିଟାଲର ପ୍ରତିନିଧିଙ୍କୁ ଭେଟି ନିଷ୍ପତି ନିଅ ଯେ ରାଜ୍ୟ ସରକାରଙ୍କୁ କଣ ନିର୍ଦ୍ଦେଶ ଦିଆଯାଇପାରିବ । ଏହାପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ଘରୋଇ ହସ୍ପିଟାଲ ପ୍ରତିନିଧିକୁ ପଚାରିଥିଲେ କରୋନା ରୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଧାର୍ଯ୍ୟ ମୂଲ୍ୟରେ ଚିକିତ୍ସା କରାଯାଇ ପାରିବ କି ? ଏନେଇ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ହେଲଥ କେୟାର ଆସୋସିଏସନକୁ ନିର୍ଦ୍ଦେଶ ଦେଇଛନ୍ତି ।