କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଜିଲ୍ଲାରେ କୋଭିଡ ଡାକ୍ତରଖାନା ରେ ୨ ଜଣ କୋରୋନା ରୋଗୀଙ୍କୁ ପ୍ଲାଜମା ଦିଆ ଯାଇ ଥିବା ଜଣା ପଡିଛି । ମାକାନଗିରି କୋଭିଡ ହସ୍ପିଟାଲ ରେ ଯଦିଓ ପ୍ଲାଜମା ବ୍ୟାଙ୍କ ନାହିଁ, କିମ୍ବା ପ୍ଲାଜମା ସଂଗ୍ରହ କରା ଯିବାର ମଧ୍ୟ ବ୍ୟବସ୍ଥା ନାହିଁ ।
ତେବେ ଆବଶ୍ୟକ ମୁତାବକ, ନିକଟବର୍ତି କୋରାପୁଟ ସହୀଦ ଲକ୍ଷମଣ ନାୟକ ମେଡିକାଲ କଲେଜ ରୁ ପ୍ଲାଜମା ଦିଆ ଯାଇ ଥିବାଜଣା ପଡିଛି । ଦୁଇ ରୋଗୀଙ୍କୁ ପ୍ଲାଜମା ଦିଆ ସରି ଥିବା ବେଳେ ଏବେ ତୃତୀୟ ରୋଗୀଙ୍କ ପାଇଁ ପ୍ଲାଜମା ପ୍ରଦାନ ପ୍ରକ୍ରୀୟା ଜାରି ରହିଛି ବୋଲି ମାଲକାନଗିରି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/6-9.jpg)