କନକ ବ୍ୟୁରୋ : ହକିରେ ଭାରତର ଐତିହାସିକ ବିଜୟ ପରେ ସବୁଠି ଉତ୍ସବର ମାହୋଲ  । ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ପାନପୋଷ ଷ୍ଟାଡିୟମରେ ସେଲିବ୍ରେସନ୍ କରାଯାଇଛି  । ବାଜା ବଜାଇ ନାଚି ଉତ୍ସବ ମନାଇଛନ୍ତି ହକି ଖେଳାଳି  । ଏଥିରେ ଏକାଧିକ ଖେଳାଳି ସାମିଲ ହୋଇଥିଲେ  ।

Advertisment

ପୂର୍ବତନ ହକି ଖେଳାଳି ଲାଜାରୁଜ ବାର୍ଲା ଓ ବରିଷ୍ଠ ହକି କୋଚ୍ ଅମୂଲ ନନ୍ଦ ବିହାରୀ ମଧ୍ୟ ଏଥିରେ ସାମିଲ ହୋଇ ସେଲିବ୍ରେସନ୍ କରିଛନ୍ତି  । ହକି ଟିମରେ ସାମିଲ ହୋଇଥିଲେ ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା  । ସୁନ୍ଦରଗଡର ଏହି ଦୁଇ ଖେଳାଳି ଆଜି ଐତିହାସିକ ବିଜୟ ଆଣିଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି  ।

ସେପଟେ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ବିଜୟ ପରେ ଚାରିଆଡ଼େ ଉତ୍ସବର ମାହୋଲ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହକି ଖେଳାଳି ମାନେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ୪୧ ବର୍ଷ ପରେ ଭାରତର ଐତିହାସିକ ବିଜୟକୁ ନେଇ ସମସ୍ତେ ଖୁସି ମନାଉଛନ୍ତି । ୪୧ବର୍ଷ ପରେ ଭାରତୀୟ ହକି ଦଳର ଏହି ଚିତାକର୍ଷକ ବିଜୟକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ।