କନକ ବ୍ୟୁରୋ : ପରମ୍ପରା ନାଁରେ କୁନି ପିଲାଙ୍କ ଜୀବନ ସହ ସାଙ୍ଘାତିକ ଖେଳ । ୪୦ ଫୁଟ ଉଚ୍ଚ ଅସୁରକ୍ଷିତ ରାମ ଦୋଳିରେ ପିଲାଙ୍କୁ ବୁଲାଉଛନ୍ତି ଗ୍ରାମବାସୀ । ଏ ଚିତ୍ର ଆସିଛି ସ୍ୱାଭିମାନ ଅଂଚଳରୁ । ପ୍ରତି ବର୍ଷ ସ୍ୱାଭିମାନ ଅଂଚଳ ଯୋଡାମ୍ବ ପଞ୍ଚାୟତରେ ଦାରଲାବେଡା ଗାଁରେ ଚଇତି ପରବ ଅବସରରେ ମେଳାର ଆୟୋଜନ କରାଯାଇଥାଏ । ଆଉ ତିନି ବର୍ଷକୁ ଥରେ କାଠ ଗଣ୍ଡି ସହାୟତାରେ ରାମ ଦୋଳି ନିର୍ମାଣ କରାଯାଏ ।

Advertisment

ଆଉ ଗୁରୁତ୍ୱପୁର୍ଣ କଥା ହେଉଛି ୪୦ ଫୁଟ ଉଚ୍ଚ ରାମଦୋଳିରେ କେବଳ ୪ ଜଣ କୁନି ପିଲାଙ୍କୁ ବସାଇ ବୁଲାଇବାର ନିୟମ ରହିଛି । ଏଥି ପାଇଁ ୧୦ରୁ ୧୨ ବର୍ଷ ର ୪ ଜଣା ପିଲାଙ୍କୁ ଚିହ୍ନଟ କରାଯାଏ । ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇ ରାମଦୋଳି ଉପରେ ଚଢାଇ ଦିଆଯାଏ । ତଳେ ଅନ୍ୟ ଦୁଇ ଗ୍ରାମବାସୀ ରାମ ଦୋଳିକୁ ବୁଲାଇ ଥାନ୍ତି । ପରମ୍ପରା ନାଁରେ ଦୀର୍ଘ ସମୟ ଧରି ଚାଲେ ଏହି ବିପଦପୂର୍ଣ୍ଣ ଖେଳ । ଆଉ ଏହାକୁ ଉପଭୋଗ କରିଥାନ୍ତି ହଜାର ହଜାର ସଂଖ୍ୟକ ଆଦିବାସୀ । ଦେବାଦେବୀଙ୍କୁ ପ୍ରସନ୍ନ କରିବା ଲାଗି ଏପରି କରାଯାଏ ବୋଲି ପୂଜକ ଏବଂ ଗାଁ ଲୋକମାନେ କୁହନ୍ତି ।