କନକ ବ୍ୟୁରୋ : ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ । ଟସ୍ ଜିତି ଭାରତ ବ୍ୟାଟିଂ କରୁଥିବା ବେଳେ ମ୍ୟାଚରେ ପୁଣି ବ୍ରେକ୍ ଦେଇଛି ବର୍ଷା । ଭାରତ ୪.୨ ଓଭରରେ ବିନା ୱିକେଟରେ ୧୫ ରନ କରିଛି । ରୋହିତ ୧୧ ରନରେ ବ୍ୟାଟିଂ କରୁଥିବା ବେଳେ ଶୁଭମାନ ଗିଲ୍ ଏଯାଏଁ ଖାତା ଖୋଲିନାହାନ୍ତି । ଯଥାଶୀଘ୍ର ମ୍ୟାଚ୍ ଆରମ୍ଭ ହେଉ ବୋଲି ଉଭୟ କ୍ରିକେଟପ୍ରେମୀ ଓ ଖେଳାଳୀ ଚାହିଁ ରହିଛନ୍ତି । ବର୍ଷା କାରଣରୁ ବାରମ୍ବାର ଖେଳ ବାଧାପ୍ରାପ୍ତ ହେବା ନେଇ ସମ୍ଭାବନା ରହିଛି ।
ଯଦି ଏମିତି ବର୍ଷା ଲାଗି ରୁହେ ତେବେ ଅବଶିଷ୍ଟ ଓଭର ଖେଳାଯିବା ନେଇ ସଂଶୟ ଦେଖାଦେଇଛି । ପୂରା ପିଚକୁ କଭର କରାଯାଇଥିବା ବେଳେ ଅମ୍ପାୟାର ପୂରା ସ୍ଥିତି ଉପରେ ନଜର ରଖିଛନ୍ତି । ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ମହମ୍ମଦ ସାମିଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ ।
ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ । ଜାଣନ୍ତୁ ଏବେ ସୁଦ୍ଧା କେତେ ରନ୍ କରିଛି ଟିମ୍ ଇଣ୍ଡିଆ?
/kanak/media/post_attachments/wp-content/uploads/2023/09/F5AxsNAaUAAi3EO.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)