ଛାଡିଲାନି ବର୍ଷା, ସ୍ଥଗିତ ହେଲା ମ୍ୟାଚ୍ । ଫାଇନାଲ ଟିକେଟ ପାଇଁ ଆସନ୍ତାକାଲି ପୁଣି ମୈଦାନକୁ ଓହ୍ଳାଇବ ବିରାଟ ବାହିନୀ, ଜାଣନ୍ତୁ ରିର୍ଜଭ ଡେ’ର ନିୟମ କଣ?

1,347

କନକ ବ୍ୟୁରୋ : ବର୍ଷା ପାଇଁ ସ୍ଥଗିତ ହେଲା ସେମିଫାଇନାଲ ମ୍ୟାଚ୍ । ଆସନ୍ତାକାଲି ପୁଣିଥରେ ମାଞ୍ଚେଷ୍ଟର ମୈଦାନରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍ । ଆଜି ଲଗାଣ ବର୍ଷା କାରଣରୁ ସେମିଫାଇନାଲ ମୁକାବିଲାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ଦିନ ୩ଟାରେ ପୁଣିଥରେ ଏହି ମ୍ୟାଚ୍ ଆରମ୍ଭ ହେବ ।

ଆସନ୍ତାକାଲି ନ୍ୟୁଜିଲାଣ୍ଡ ୫୦ ଓଭର ବ୍ୟାଟିଂ କରିବା ପରେ ଭାରତ ବ୍ୟାଟିଂ କରିବ । ଅଥାର୍ତ ଉଭୟ ଦଳ ପୂରା ୫୦ ଓଭରର ମ୍ୟାଚ୍ ଖେଳିବେ । ଆଜି ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ବିନିମୟରେ ୨୧୧ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ଆଉ ଏହାପରେ ଲଗାଣ ବର୍ଷା କାରଣରୁ ଖେଳ ସମ୍ଭବପର ହୋଇପାରିନଥିଲା । ଫଳରେ ଆଜି ପାଇଁ ମ୍ୟାଚକୁ ସ୍ଥଗିତ କରାଯାଇଛି ।

ଆସନ୍ତାକାଲି ନ୍ୟୁଜିଲାଣ୍ଡ ବଳକା ଓଭର ଖେଳିବା ପରେ ଭାରତ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ତେବେ ଯଦି ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରୁହେ ଓ ଖେଳ ସମ୍ଭବପର ହୋଇନପାରେ ତେବେ ଟିମ୍ ଇଣ୍ଡିଆ ଫାଇନାଲ ଟିକେଟ ହାସଲ କରିପାରେ । ପୂର୍ବରୁ ୧୯୯୯ ବିଶ୍ୱକପରେ ମଧ୍ୟ ଭାରତ-ଇଂଲଣ୍ଡ ମ୍ୟାଚରେ ଏଭଳି ହୋଇଛି ।

ଏହାପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତି ନେଇଥିଲା । ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ବିନିମୟରେ ୨୧୧ ରନ କରିଥିବା ବେଳେ ବର୍ଷା ପାଇଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । ତେବେ ସେମିଫାଇନାଲ ମ୍ୟାଚ ହୋଇଥିବାରୁ ଏହାର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି ।