ପ୍ରଦୂଷଣ ରୋକିବାକୁ ନୂଆ ଫଣ୍ଡା । ଗୁରୁଗ୍ରାମରେ ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ

ପ୍ରଦୂଷଣ ରୋକିବାକୁ ନୂଆ ଫଣ୍ଡା । ଗୁରୁଗ୍ରାମରେ ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ

ରାସ୍ତାରେ ଥିବା ଖାଲ ଏବଂ ପ୍ଲାଷ୍ଟିକର ସମସ୍ୟାକୁ ଦୂର କରିବା ପାଇଁ ସରକାର ଚିନ୍ତାରେ ଥିବା ବେଳେ ଏବେ ଦୁଇଟି ଜିନିଷର ସମାଧାନର ବାଟ ତାଙ୍କୁ ମିଳି ସାରିଛି । ପଶ୍ଚିମବଙ୍ଗ ପରେ ଏବେ ଗୁରୁଗ୍ରାମରେ ମଧ୍ୟ ପ୍ଲାଷ୍ଟିକକୁ ବ୍ୟବହାର କରାଯାଇ ସଡ଼କ ନିର୍ମାଣ କରାଯିବ ବୋଲି ଜଣା ପଡ଼ିଛି । ଯାହାଦ୍ୱାରା ରାସ୍ତାରେ ଥିବା ଖାଲର ସମସ୍ୟା ଦୂର ହେବା ସହ ପ୍ଲାଷ୍ଟିକ୍ ପାଇଁ ହେଉଥିବା ସମସ୍ୟା ମଧ୍ୟ ଦୂର ହେବ । ପ୍ରଥମେ ପଶ୍ଚିମବଙ୍ଗରେ ଏପରି କରାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଗୁରୁଗ୍ରାମ ମଧ୍ୟ ସେହି ବାଟ ଆପଣାଇଥିବା ଜଣା ପଡ଼ିଛି ।

ପ୍ଲାଷ୍ଟିକର ୧୦ପ୍ରତିଶତ ବିଟୁମେନ୍ ସହ ମିଶାଇ ସଡ଼କ ନିର୍ମାଣ କରାଯିବ ବୋଲି ଜଣା ପଡ଼ିଛି । ଯଦି ପ୍ଲାଷ୍ଟିକ୍ ଭଳି ଆବର୍ଜନାକୁ ବ୍ୟବହାର କରି ରାସ୍ତା ନିର୍ମାଣ କରାଯାଉଛି, ତେବେ ରାସ୍ତା ନିର୍ମାଣ ପାଇଁ ଲାଗୁଥିବା ଅର୍ଥ କମ ହେବା ସହ ପରିବେଶ ମଧ୍ୟ ପ୍ରଦୂଷଣ ମୁକ୍ତ ହୋଇ ପାରିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି ସୂଚନା ଦେଇଛନ୍ତି । ଆସନ୍ତା ମାସଠାରୁ ପ୍ଲାଷ୍ଟିକ୍କୁ ବ୍ୟବହାର କରି ରାସ୍ତା ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ଏହା ଦ୍ୱାରା ପରିବେଶ ପ୍ରଦୁଷଣକୁ ରୋକା ଯାଇ ପରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe