କନକ ବ୍ୟୁରୋ : ରାସ୍ତା କଡ ବୁଦାମୂଳରୁ ଉଦ୍ଧାର ହେଲା ବୋମା ଭର୍ତ୍ତି ଜରି ଅଖା । ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା କରମୂଳ ରାସ୍ତାର ଜଗାବେରଣୀ ଗାଁ ନିକଟରୁ ବୋମା ଭର୍ତ୍ତି ଜରି ଅଖା ଉଦ୍ଧାର କରିଛି ପୋଲିସ । ଜରି ଅଖା ଭିତରେ ପ୍ରାୟ ୨୦ରୁ ଅଧିକ ବୋମା ଥିବା ଜଣାପଡିଛି । ବୋମା ଥିବା ଖବର ପାଇ ଗଁଦିଆ ପୋଲିସ ଯୋରନ୍ଦା ପୋଲିସ ଓ ଢେଙ୍କାନାଳରୁ ବୋମା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମା ଉଦ୍ଧାର କରିଛନ୍ତି ।
ତେବେ ଏତେ ବୋମା କିଏ ଆଣିଥିଲା ? କାହିଁକି ରାସ୍ତାକଡ ବୁଦା ମୂଳରେ ବୋମା ଭର୍ତ୍ତି ଅଖାକୁ ଲୁଚାଇ ରଖିଥିଲା ? ବୋମା ଲୁଚାଇ କିଏ ଅଘଟଣ ଘଟାଇବାକୁ ଷଡଯନ୍ତ୍ର କରିଥିଲା ? ୨୦ରୁ ଅଧିକ ବୋମା ଲୁଚାଇବା ପଛରେ କେଉଁମାନେ ସଂପୃକ୍ତ ? କିଛି ଜଣାପଡିନାହିଁ । ବୋମ ଭର୍ତି ଅଖା ଉଦ୍ଧାର କରିବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/uikjm-yjhm.jpg)