ସାବଧାନ୍ ! ଅଣ୍ଡା ପରେ ଏବେ ବଜାରରେ ପଶିଲା ପ୍ଲାଷ୍ଟିକ୍ ଚାଉଳ

140

ପ୍ଲାଷ୍ଟିକ୍ ଅଣ୍ଡା ପରେ ଏବେ ପ୍ଲାଷ୍ଟିକ୍ ଚାଉଳର ପାଳି । ଭାରତୀୟ ବଜାରରେ ପ୍ରବେଶ କରିସାରିଛି ପ୍ଲାଷ୍ଟିକ୍ ଚାଉଳ । ଚୀନରୁ ଆସୁଥିବା ଏହି ପ୍ଲାଷ୍ଟିକ୍ ଚାଉଳ ଥରେ କିମ୍ବା ଦୁଇଥର ଖାଇଲେ ବାନ୍ତି ଏବଂ ପେଟ କାଟିବା ଭଳି ରୋଗ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକ ଦିନ ଯାଏଁ ଏହି ବିଷାକ୍ତ ଚାଉଳ ବ୍ୟବାହର କଲେ ଲିଭର୍ କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ ।

ସୂଚନା ମୂତାବକ ଏହି ନକଲି ଏବଂ ଅସଲି ଚାଉଳ ଦେଖିବାକୁ ଏକାପରି । ଅଲଗା ବିକ୍ରି ହେବା ଦ୍ୱାରା କାଳେ ଫରକ ଜଣାପଡିଯିବ ତେଣୁ ଅସଲି ଚାଉଳ ସହ ମିଶା ଯାଇ ବିକ୍ରି କରାଯାଉଛି । ଏହି ଚାଉଳ ପ୍ଲାଷ୍ଟିକ୍ , ବିଟ୍ ଏବଂ ଆଳୁ ମିଶାଯାଇ ପ୍ରସ୍ତୁତ କରାଯାଉଛି । ଏହା ସହ ଏଥିରେ ରେଜିନ୍ ମିଶାଯାଇଥାଏ । ରେଜିନ୍ ହେଉଛି ଗଛରୁ ବାହାରୁଥିବା ଏକ ହାଇଡ୍ରୋକାର୍ବନ ଦ୍ରବ୍ୟ । ଏହି ରେଜିନ ବେଲୁନ୍ ଏବଂ ଅନ୍ୟ ପ୍ଲାଷ୍ଟିକ୍ ଜିନିଷ ତିଆରି କରିବାରେ ବ୍ୟବହାର ହୋଇଥାଏ । ତେଣୁ ଏହି ଚାଉଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ ।

ଏହା ସହ ପଡନ୍ତୁ ଭାରତ ବଜାରରେ ପ୍ଲାଷ୍ଟିକ୍ ଚାଉଳ ! ଦେଖନ୍ତୁ କେମିତି ଜାଣିବେ ଅସଲି ଓ ନକଲି ଭିତରେ ଫରକ

ସୌଜନ୍ୟ : ନବଭାରତ ଟାଇମ୍ସ