ସାବଧାନ! ଆପଣ ବ୍ୟବହାର କରୁଥିବା ପ୍ଳାଷ୍ଟିକ ,ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ପ୍ଲାଷ୍ଟିକ ।ଜାଣନ୍ତୁ ଶରୀର ପାଇଁ କେଉଁ ପ୍ଲାଷ୍ଟିକ ସବୁଠୁ ଅଧିକ ବିପଦ

Advertisment
ସାବଧାନ! ଆପଣ ବ୍ୟବହାର କରୁଥିବା ପ୍ଳାଷ୍ଟିକ ,ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ପ୍ଲାଷ୍ଟିକ ।ଜାଣନ୍ତୁ ଶରୀର ପାଇଁ କେଉଁ ପ୍ଲାଷ୍ଟିକ ସବୁଠୁ ଅଧିକ ବିପଦ

ଏବେ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟାନ କରିବା ପର୍ବ ଆରମ୍ଭ ହୋଇଛି । ଚୀନରେ ପ୍ରଥମେ ପ୍ଲାଷ୍ଟିକ ବ୍ୟାଗକୁ ବ୍ୟାନ କରିବା ପରେ ଏବେ ପୂରା ବିଶ୍ୱରେ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ଉପରେ ରୋକ ଲଗାଇବାକୁ ଦାବି ଉଠୁଛି । ମଣିଷର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ଲାଷ୍ଟିକର ଆବଶ୍ୟକତା ପଡ଼ୁଛି । ଲଞ୍ଚ ବକ୍ସ, ବ୍ୟାଗ, ପରଦା,ଫର୍ଣ୍ଣିଚର, ଚଷମା, ପାଣି ବୋତଲ, ଗିଲାସ ଭଳି ସମସ୍ତ ସାମଗ୍ରୀ ପ୍ଲାଷ୍ଟିକରେ ତିଆରି ହେଉଛି । ତେବେ ଜାଣି ରଖିବା ଉଚିତ୍ ଯେ, ଏ ସମସ୍ତ ସାମଗ୍ରୀରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଅଲଗା ଅଲଗା ପ୍ରକାରର ହୋଇଥାଏ ଓ ଏହାର ପ୍ରଭାବ ମଧ୍ୟ ଭିନ୍ନ ହୋଇଥାଏ । ଏବେ ଦୁନିଆରେ ୭ ପ୍ରକାର ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ସମସ୍ତ ପ୍ଲାଷ୍ଟିକ ପାଇଁ ଭିନ୍ନ ଭିନ୍ନ କୋର୍ଡ଼ ଦିଆଯାଇଥାଏ ।ଯାହାଦ୍ୱାରା ଏହାକୁ ଚିହ୍ନଟ କରାଯାଇଥାଏ ।ପ୍ଲାଷ୍ଟିକର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏକଥା ସତ । କିନ୍ତୁ ୭ ପ୍ରକାର ପ୍ଲାଷ୍ଟିକ ମଧ୍ୟରୁ କେଉଁ ପ୍ଲାଷ୍ଟିକ ଅଧିକ କ୍ଷତିକାରକ ତାହା ଆସନ୍ତୁ ଜାଣିବା ।

ପ୍ଲାଷ୍ଟିକରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର କମ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଯଦି ପ୍ଲାଷ୍ଟିକର ବ୍ୟବହାର ଆପଣଙ୍କ ପାଇଁ ଜରୁରୀ ଥାଏ ତେବେ ଏମିତି ପ୍ଲାଷ୍ଟିକର ବ୍ୟବହାର ଉପଯୋଗ କରନ୍ତୁ ଯାହା ଅନ୍ୟ ପ୍ଲାଷ୍ଟିକ ଅପେକ୍ଷା କମ ବିଷାକ୍ତ । ସାଧାରଣତଃ ୨,୪,୫ କୋଡ଼ର ପ୍ଲାଷ୍ଟିକ ୧,୩,୬ ଓ ୭ କୋଡ଼ ପ୍ଲାଷ୍ଟିକ ଠାରୁ ଅଧିକ ଭଲ ।

publive-imageକୋଡ଼-୧ ପ୍ଲାଷ୍ଟିକ : ଏହି ଧରଣର ପ୍ଲାଷ୍ଟିକରେ ପଲିଏଥିଲିନ ଟେରାପଥଲେଟ ରହିଥାଏ । ପଲିଷ୍ଟର କପଡ଼ା, ବୋତଲ, ଜୁସ ବୋତଲ, ଟୁଥବ୍ରସ ଆଦି ସାମଗ୍ରୀ ଏହି ଧରଣର ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଏହି ଧରଣର ପ୍ଲାଷ୍ଟିକରେ ଆଣ୍ଟିମୋନି ଟ୍ରାଇ ଅକ୍ସଆଇଡ଼ ଓ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ । ଆଣ୍ଟିମୋନି ଟ୍ରାଇ ଅକ୍ସଆଇଡ ଯୋଗୁଁ କ୍ୟାନସର ଭଳି ଭୟଙ୍କର ରୋଗର ବିପଦ ରହିଥାଏ । ଏହାଛଡ଼ା ଚର୍ମ ରୋଗ ଓ ଗର୍ଭଧାରଣ ସମୟରେ ମଧ୍ୟ ଅସୁବିଧା ସୃଷ୍ଟି କରିଥାଏ ।

କୋଡ-୨ ପ୍ଲାଷ୍ଟିକ : ଏହି ଧରଣର ପ୍ଲାଷ୍ଟିକରେ ଉଚ୍ଚ ଘନତ୍ୱର ପ୍ଲାଷ୍ଟିକ ମିଳିଥାଏ । କ୍ଷୀର,ଜୁସ, ସାମ୍ପୋ ଓ ବିଭିନ୍ନ ଔଷଧ ପାଇଁ ବ୍ୟବହାର କରାଯାଉଥିବା ବୋତଲ କୋଡ଼-୨ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଏହାକୁ କମ ବ୍ୟବହାର କରାଯାଉଥିବାରୁ ଏହା ଶରୀର ପାଇଁ ଏତେ ମାରାତ୍ମକ ନୁହେଁ ।

publive-imageକୋଡ଼-୩ ପ୍ଲାଷ୍ଟିକ : ଏହି ପ୍ଲାଷ୍ଟିକରେ ପଲିଭିନାଇଲ କ୍ଲୋରାଇଡ଼ ଭରି ରହିଥାଏ । ଶିଶୁଙ୍କ ଖେଳନା, କାର୍ପେଟର ତଳସ୍ତର, ଝରକାର ଫ୍ରେମରେ ଏହି ଧରଣର ପ୍ଲାଷ୍ଟିକ ବ୍ୟବହାର କରାଯାଇଥାଏ । ଯଦି ଆପଣ ଏହି ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ଧରଣର ପ୍ଲାଷ୍ଟିକ ସବୁଠୁ ଅଧିକ ସାଂଘାତିକ । ଏଥିରେ ବିପିଏ, ମରକ୍ୟୁରୀ, ଡାଇଅକ୍ସନି, କେଡ଼ା ମିୟମ ଭରି ରହିଥାଏ । ଏହାଦ୍ୱାରା ଶ୍ୱାସ ରୋଗ ଦେଖା ଦେଇଥାଏ । ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାର ଆଲର୍ଜି ଏହି ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ହୋଇଥାଏ । ଏହାଛଡ଼ା ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ । ଏହି ଧରଣର ପ୍ଲାଷ୍ଟିକର ବ୍ୟବହାର ଫଳରେ କ୍ୟାନସର ସମ୍ଭାବନା ଅଧିକ ରହିଥାଏ । ଖାସକରି ଏହି ଧରଣର ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ସ୍ତନ କର୍ଳଟର ଆଶଙ୍କା ଦେଖା ଦେଇଥାଏ ।

କୋଡ-୪ ପ୍ଲାଷ୍ଟିକ : ଏହି ଧରଣର ପ୍ଲାଷ୍ଟିକରେ ଡେନସିଟି ପଲିଥିନ ବା ଏଲଡିପିଇ ରହିଥାଏ । ପଲି ବ୍ୟାଗ, ବ୍ରେଡ, ତାର ପାଇଁ ବ୍ୟବହାର ହେଉଥିବା କେବୁଲ, ଖାଦ୍ୟ ରଖିବା ପାଇଁ ଦରକାର ହେଉଥିବା ଡ଼ବା ଗୁଡ଼ିକ କୋଡ଼-୪ ପ୍ଲାଷ୍ଟିକ ମଧ୍ୟରେ ଆସୁଛି । ଅନ୍ୟ ପ୍ଲାଷ୍ଟିକ ତୁଳନାରେ ଏହି ପ୍ଲାଷ୍ଟିକର ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କମ ବିପଦ ରହିଥାଏ ।

publive-imageକୋଡ-୫ ପ୍ଲାଷ୍ଟିକ : ଏହି ପ୍ଲାଷ୍ଟିକରେ ପଲିପ୍ରୋପଲିନ ଭରପୁର ମାତ୍ରାରେ ରହିଥାଏ । ଏହି ପ୍ଲାଷ୍ଟିକ ଶିଶୁ ମାନଙ୍କର ଡାଇପର, ସାନିଟାରୀ ନାପକିନ, ଶିଶୁଙ୍କ ବୋତଲ, ଷ୍ଟ୍ର, ଦହି ବୋତଲକୁ ଢାଙ୍କିବା ବ୍ୟବହାର କରାଯାଇଥାଏ । ଏହି ପ୍ଲାଷ୍ଟିକ ଏତେଟା ବିଷାକ୍ତ ହୋଇନଥିଲେ ମଧ୍ୟ ଏହାଦ୍ୱାରା ଶ୍ୱାସ ରୋଗର ସମ୍ଭାବନା ରହିଥାଏ ।

କୋଡ -୬ ପ୍ଲାଷ୍ଟିକ : ଏହି ପ୍ଲାଷ୍ଟିକରେ ପଲିଷ୍ଟିରିନ ରହିଥାଏ । ଏହି ପ୍ଲାଷ୍ଟିକର ପ୍ରଭାବ ଶିରା ପ୍ରଶିରା ଓ ମସ୍ତିଷ୍କ ଉପରେ ପଡ଼ିଥାଏ । ପଶୁ ମାନଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, କୋଡ-୬ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ଫୁସଫୁସ, ଯକୃତରେ ସମସ୍ୟା ଦେଖା ଦେଇଥାଏ ।

publive-imageକୋଡ-୭ ପ୍ଲାଷ୍ଟିକ : କୋଡ଼ ୭ ପ୍ଲାଷ୍ଟିକରେ ପଲି କାର୍ବୋନେଟ ମହଜୁଦ ରହିଥାଏ । ପାଣି ବୋତଲ, ପାଣି ନେବା ଆଣିବା କରିବା ପାଇଁ ବ୍ୟବହୃତ ହେଉଥିବା କଣ୍ଟେନର, ଶିଶୁଙ୍କ ବୋତଲ, କପ, ଜୁସ କଣ୍ଟେନର, ଚଷମାର ଲେନ୍ସ, ସିଡ଼ି, ଡିଭିଡି ଭଳି ବିଭିନ୍ନ ସାମଗ୍ରୀ କୋଡ-୭ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଏହି ପ୍ଲାଷ୍ଟିକର ବ୍ୟବହାର ଫଳରେ ଏଷ୍ଟ୍ରୋଜେନ ହରମୋନରେ ଅସୁବିଧା ସୃଷ୍ଟି କରିଥାଏ । ଏପରିକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମଜୋର କରିଥାଏ ଏହି ପ୍ଲାଷ୍ଟିକ । ଡାଇବେଟିସ, ମୋଟାପଣ, ସ୍ତନ କର୍କଟ, ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ଏହି ପ୍ଲାଷ୍ଟିକର ବ୍ୟବହାର କରିବା ଦô୍ାରା ବଢି ଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe