ପ୍ଲାଷ୍ଟିକ୍ ଚାଉଳ , ପ୍ଲାଷ୍ଟିକ ପତ୍ରକୋବି ଆଉ ପ୍ଲାଷ୍ଟିକ ଅଣ୍ଡା ବଜାରରେ ଚହଳ ସୃଷ୍ଟି କରିଥିବା ବେଳେ ଏବେ ଓଡିଶାର ଉପାନ୍ତ ଜିଲ୍ଲା ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ଘଟଣା ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ମାଲକାନଗିରି ବଜାରରେ ମିଳିଛି ପ୍ଲାଷ୍ଟିକ୍ ଅଣ୍ଡା । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହାଇଟେକ୍ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ନିକଟରେ ଥିବା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ସେଥିଭିତରୁ ତିନିଟି ପ୍ଲାଷ୍ଟିକ୍ ଅଣ୍ଡା ଥିବାର ସୂଚନା ରହିଛି।

Advertisment

publive-image

ଏହି ପ୍ଲାଷ୍ଟିକ୍ ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି। ଖାଲି ସେତିକି ନୁହେଁ ଏହି ଅଣ୍ଡାଗୁଡ଼ିକର ଆକାର ବି ଟିକେ ଅଲଗା। ପ୍ଲାଷ୍ଟିକ୍ ଅଣ୍ଡାଗୁଡ଼ିକ ଟିକେ ଗୋଲ୍ ଦିଶୁଛି। ନିଆଁରେ ଜାଳିଲେ ମଧ୍ୟ ଅଣ୍ଡାଖୋଳରୁ ପ୍ଲାଷ୍ଟିକ୍ ର ଉତ୍କଟ ଗନ୍ଧ ବାହାରୁଛି । ତେବେ ଓଡିଶାର ଉପାନ୍ତ ଜିଲ୍ଲାରୁ ଏଭଳି କିଛି ଖବର ଆସିବା ପରେ ଜନମାନସରେ ଅସନ୍ତୋଷ ଦେଖାଦେଇଛି ।