ବହୁତ ହୋଇଗଲା, ଆଉ ଚଳିବନି ! ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍

1,210

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ । ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବ । ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବନ୍ଦ ହେବ ଅତ୍ୟଧିକ ପ୍ଳାଷ୍ଟିକର ବ୍ୟବହାର । ପ୍ଲାଷ୍ଟିକ ବନ୍ଦ ନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ତେବେ ସିଙ୍ଗଲ ୟୁଜ ବା ଗୋଟିଏ ଥର ବ୍ୟବହାର କରି ଫୋପଡା ଯାଉଥିବା ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ ଉପରେ ରୋକ ଲାଗିବ । ଏସବୁର ମାତ୍ରାଧିକ ବ୍ୟବହାର ବନ୍ଦ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଗତ ବର୍ଷ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୫ ସହରରେ ଏହି କଟକଣା ଲାଗୁ କରିିଥିଲେ । ଆଉ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଉପରେ ଜରିମାନା ମଧ୍ୟ ଲଗାଇବାକୁ ସରକାର ନିୟମ କରିଥିଲେ । ମାତ୍ର ନିୟମକୁ ସମସ୍ତ ଫୁ କରି ପୂର୍ବପରି ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କରିଥିଲେ । ତେବେ ପୁଣି ପ୍ଲାଷ୍ଟିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।