ଓଡ଼ିଶାରେ ବନ୍ଦ ହେବନି ପ୍ଲାଜମା ଥେରାପି ଓ ରେମଡେସିିଭିର । ଆଇସିଏମଆରରୁ ଲିଖିତ ନିର୍ଦ୍ଦେଶ ନଆସିବା ଯାଏଁ ଜାରି ରହିବ ଚିକିତ୍ସା । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ।

71

କନକ ବ୍ୟୁରୋ : ରାଜ୍ୟରେ ଚାଲୁ ରହିବ ପ୍ଲାଜମା ଥେରାପି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇନାହିଁ, ସେ ଯାଏଁ ଜାରି ରହିବ ଚିକିତ୍ସା ବ୍ୟବସ୍ଥା ।

ପ୍ଲାଜମା ଥେରାପି ବନ୍ଦ ହେବା ନେଇ କେବଳ ମିଡିଆରେ ଜାଣିବାକୁ ପାଇଛୁ । କିନ୍ତୁ ଆଇସିଏମଆରରୁ କିଛି ନିର୍ଦ୍ଦେଶ ଆସିନାହିଁ । କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ପ୍ଲାଜମା ଥେରାପିକୁ କରୋନା ଚିକିତ୍ସା ନ୍ୟାସନାଲ ଗାଇଡଲାଇନ ବା ଜାତୀୟ ନିୟମାବଳୀରୁ ବାଦ ଦିଆଯାଇପାରେ ବୋଲି କହିଥିଲେ ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ । ଜାତୀୟ ଟାସ୍କଫୋର୍ସ ସ୍ତରରେ ଏନେଇ ଆଲୋଚନା ଚାଲିଥିବା ସେ କହିଥିଲେ ।

ପ୍ଲାଜମା ଥେରାପିର ସବୁଠାରୁ ବଡ ଟ୍ରାଏଲ ଭାରତରେ ହୋଇଛି । ଭାରତର ୩୯ଟି ହସ୍ପିଟାଲରେ ୪୬୪ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପିର ଟ୍ରାଏଲ ହୋଇଛି ।