ସଫଳ ହେଲା ପ୍ଲାଜମା ଥେରାପି : ସଂପୂର୍ଣ୍ଣ ସୁସ୍ଥ ହେଲେ ରାଜ୍ୟରେ ପ୍ଲାଜମା ନେଇଥିବା କରୋନା ରୋଗୀ ; କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ୪୮ ବର୍ଷୀୟା ମହିଳା ସୁସ୍ଥ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା 

463

କନକ ବ୍ୟୁରୋ : ସଫଳ ହେଲା ପ୍ଲାଜମା ଥେରାପି । କରୋନାରେ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ରାଜ୍ୟର ପ୍ରଥମ ମହିଳା । କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ପ୍ଲାଜମା ନେଇଥିବା ଆଉ ୧୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ତେଣୁ ଏହି ଚିକିତ୍ସା ମାଧ୍ୟମରେ ଆଉ ଅଧିକା ରୋଗୀ ସୁସ୍ଥ ହୋଇପାରିବେ ବୋଲି ଆଶା ସଂଚାର ହୋଇଛି । 

ଓଡ଼ିଶାରେ ନୂଆ କରି ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ସୁଫଳ ଦେଖାଇବା ଆରମ୍ଭ କରିଛି । କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ରୋଗୀ ପାଇଁ ପ୍ରକୃତରେ କୌଣସି ଚିକିତ୍ସା ନାହିଁ । ଆଉ ଏହି ସମୟରେ ପ୍ଲାଜମା ଥେରାପି ହିଁ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଛି । ଓଡ଼ିଶାରେ ସମ୍ ହସ୍ପିଟାଲରେ ୪ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ଏବଂ ସେମାନଙ୍କ ମଧ୍ୟରୁ ୪ଜଣ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କୁ ଡ଼ିସଚାର୍ଜ କରାଯିବ ।