କରୋନା ଚିକିତ୍ସାରୁ ବାଦ ପଡିପାରେ ପ୍ଲାଜମା ଥେରାପି : ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା; କହିଲେ, ଜାତୀୟ ଟାସ୍କଫୋର୍ସ ସ୍ତରରେ ଚାଲିଛି ଆଲୋଚନା

Advertisment
କରୋନା ଚିକିତ୍ସାରୁ ବାଦ ପଡିପାରେ ପ୍ଲାଜମା ଥେରାପି : ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା; କହିଲେ, ଜାତୀୟ ଟାସ୍କଫୋର୍ସ ସ୍ତରରେ ଚାଲିଛି ଆଲୋଚନା

କନକ ବ୍ୟୁରୋ : କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ପ୍ଲାଜମା ଥେରାପିକୁ କରୋନା ଚିକିତ୍ସା ନ୍ୟାସନାଲ ଗାଇଡଲାଇନ ବା ଜାତୀୟ ନିୟମାବଳୀରୁ ବାଦ ଦିଆଯାଇପାରେ । ଆଇସିଏମଆର ମୁଖ୍ୟ ବଲରାମ ଭାର୍ଗବ କହିଛନ୍ତି । ଜାତୀୟ ଟାସ୍କଫୋର୍ସ ସ୍ତରରେ ଏନେଇ ଏ ସଂକ୍ରାନ୍ତୀୟ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି । ଅର୍ଥାତ ପ୍ଲାଜମା ଥେରାପିରେ ଆଉ କରୋନା ଚିକିତ୍ସା କରାଯିବ ନାହିଁ ।

ତେବେ କେଉଁ କାରଣ ପାଇଁ ଚିକିତ୍ସା ଗାଇଡଲାଇନରୁ ଏହାକୁ ବାଦ ଦିଆଯାଇଛି ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡିନାହିଁ । ପ୍ଲାଜମା ଥେରାପିର ସବୁଠାରୁ ବଡ ଟ୍ରାଏଲ ଭାରତରେ ହୋଇଛି । ଭାରତର ୩୯ଟି ହସ୍ପିଟାଲରେ ୪୬୪ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପିର ଟ୍ରାଏଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe