କରୋନା ରୋଗୀଙ୍କ ଦେହରେ କାମ ଦେଉଛି ପ୍ଲାଜମା ଥେରାପୀ : ରାଜ୍ୟରେ ହଜାରେ ଟପିଲା ପ୍ଲାଜମା; ସବୁ ସରକାରୀ ଓ ଘରୋଇ ମେଡିକାଲରେ ହେଉଛି ଉପଲବ୍ଧ

Advertisment
କରୋନା ରୋଗୀଙ୍କ ଦେହରେ କାମ ଦେଉଛି ପ୍ଲାଜମା ଥେରାପୀ : ରାଜ୍ୟରେ ହଜାରେ ଟପିଲା ପ୍ଲାଜମା; ସବୁ ସରକାରୀ ଓ ଘରୋଇ ମେଡିକାଲରେ ହେଉଛି ଉପଲବ୍ଧ

କନକ ବ୍ୟୁରୋ : ପ୍ଲାଜମା ଥେରାପୀରେ ମାଇଲଖୁଂଟ ।  ରାଜ୍ୟରେ ପ୍ଲାଜମା ଥେରାପୀ ହଜାରରେ ଅତକ୍ରିମ ପଂହଚିଛି । ଟ୍ୱିଟ କରି ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି ।  ଗୁରୁତର କରୋନା ରୋଗୀଙ୍କ ଦେହରେ  ଏହି ପ୍ଲାଜମା ଥେରାପୀ ପ୍ରୟୋଗ  ଏକପ୍ରକାର ସଫଳ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପୀ ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା ।

ପରେ ଏହା ଅନ୍ୟ ବଡ ମେଡିକାଲ ଜିଲ୍ଲା ସ୍ତରରେ ଉପଲବ୍ଧ ହୋଇଥିଲା ପ୍ଲାଜମା ।  ବର୍ତମାନ ରାଜ୍ୟର ସବୁ  ସରକାରୀ ଓ ଘରୋଇ ମେଡିକାଲରେ  ଏହି ପ୍ଲାଜମା ଥେରାପୀ ଉପଲବ୍ଧ ହେଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe