କରୋନା ଚିକିତ୍ସା କ୍ଷେତ୍ରରେ ବନ୍ଦ ହେଲା ପ୍ଲାଜମା ଥେରାପି : ଏମ୍ସ ଓ ଆଇସିଏମଆର ଟାସ୍କଫୋର୍ସ ବୈଠକ ପରେ ନିଆଗଲା ନିଷ୍ପତ୍ତି

110

କନକ ବ୍ୟୁରୋ : କରୋନା ଚିକିତ୍ସା କ୍ଷେତ୍ରରେ ବନ୍ଦ ହେଲା ‘ପ୍ଲାଜାମା ଥେରାପି’ । ଏମ୍ସ ଓ ଆଇସିଏମଆର ଟାସ୍କଫୋର୍ସ ବୈଠକ ପରେ ନିଆଗଲା ନିଷ୍ପତ୍ତି । ପ୍ଲାଜମା ଥେରାପିକୁ ନେଇ ସୃଷ୍ଟି ହୋଇଥିଲା ବଡ ସଂଦେହ । ଏ ନେଇ ଲାନସେଟ୍ ପ୍ରଶ୍ନ ଉଠାଇବା ପରେ ବଡ ବିତର୍କ ଆରମ୍ଭ ହୋଇଥିଲା । ‘ପ୍ଲାଜାମା ଥେରାପି’କୁ ବାଦ ଦେବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ଆଇସିଏମ୍ଆର । କରୋନା ମହାମାରୀ ନେଇ ଗଠିତ ହୋଇଥିବା ଟାସ୍କଫୋର୍ସ ବୈଠକରେ ପ୍ଲାଜମା ଚିକିତ୍ସାକୁ ବାଦ ଦେବା ନେଇ ଆଲୋଚନା ହୋଇଥିଲାି । ଶେଷରେ ପ୍ଲାଜମା ଥେରାପିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଉଲ୍ଲେଖଯୋଗ୍ୟ, କୋଭିଡ -୧୯ ମହାମାରୀ ଭାରତରେ ଆରମ୍ଭ ହୋଇଥିବା ସମୟରେ, ପ୍ଲାଜମା ଥେରାପି କୋଭିଡ -୧୯ ପାଇଁ ଏକମାତ୍ର ଚିକିତ୍ସା ଭାବରେ ଲୋକପ୍ରିୟ ହୋଇଥିଲା ଏବଂ ମଧ୍ୟମରୁ ଗମ୍ଭୀର ଲକ୍ଷଣ ଥିବା କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏହା ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିଲା । ହେଲେ ଏବେ ଅଧିକ ଅନୁସନ୍ଧାନ ପରେ ଏହା ପ୍ରମାଣିତ ହୋଇଛି ଯେ ସଂକ୍ରମଣର ଗମ୍ଭୀରତାକୁ ହ୍ରାସ କିମ୍ବା ନିୟନ୍ତ୍ରଣ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ । ଏହା ପ୍ରମାଣ ହେବା ପରେ ଏବେ ଏହାର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।