ରାଜ୍ୟରେ ବନ୍ଦ ହେବନି ପ୍ଲାଜମା ଥେରାପି ଓ ରେମଡେସିିଭିର : ଆଇସିଏମଆରରୁ ଲିଖିତ ନିର୍ଦ୍ଦେଶ ନଆସିବା ଯାଏଁ ଜାରି ରହିବ ଚିକିତ୍ସା ସେବା; ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ସୂଚନା

66

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଜମା ଥେରାପି ଓ ରେମଡେସିଭିର ଚିକିତ୍ସା ବନ୍ଦ ହେବନି । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇନାହିଁ, ସେ ଯାଏଁ ଜାରି ରହିବ ଚିକିତ୍ସା ବ୍ୟବସ୍ଥା । ରେମଡେସିଭିର ଓ ପ୍ଲାଜମା ଥେରାପି କେବଳ ମିଡିଆରେ ଜାଣିବାକୁ ପାଇଛୁ । କିନ୍ତୁ ଆଇସିଏମଆରକୁ କିଛି ନିର୍ଦ୍ଦେଶ ଆସିନାହିଁ ।
କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ପ୍ଲାଜମା ଥେରାପିକୁ କରୋନା ଚିକିତ୍ସା ନ୍ୟାସନାଲ ଗାଇଡଲାଇନ ବା ଜାତୀୟ ନିୟମାବଳୀରୁ ବାଦ ଦିଆଯାଇପାରେ ବୋଲି କହିଥିଲେ ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ । ଜାତୀୟ ଟାସ୍କଫୋର୍ସ ସ୍ତରରେ ଏନେଇ ଏ ସଂକ୍ରାନ୍ତୀୟ ଆଲୋଚନା ଚାଲିଥିବା ସେ କହିଥିଲୋ ପ୍ଲାଜମା ଥେରାପିର ସବୁଠାରୁ ବଡ ଟ୍ରାଏଲ ଭାରତରେ ହୋଇଛି । ଭାରତର ୩୯ଟି ହସ୍ପିଟାଲରେ ୪୬୪ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପିର ଟ୍ରାଏଲ ହୋଇଛି ।