ଆଇଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ : କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା କରି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

54

କନକ ବ୍ୟୁରୋ : ରାଉରକେଲାରରେ ଆଇଜିଏଚ ଖୋଲିବ ପ୍ଲାଜମା ବ୍ୟାଙ୍କ । ଏହାଦ୍ୱାରା ପଶ୍ଚିମ ଓଡିଶାର ବିିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ସୁନ୍ଦରଗଡ ଜିଲ୍ଲାର କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହ ରାଉରକେଲାର କୋଭିଡ କେୟାର ସେଂଟର ଗୁଡିକର ଶଯ୍ୟା ସଂଖ୍ୟା ୭ଶହରୁ ୧୭ଶହକୁ ବୃଦ୍ଧି କରାଯିବ । ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ବର୍ତମାନ ସୁଦ୍ଧା ଡିଏମଏଫରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ୍ ହସପିଟାଲ ଓ କୋଭିଡ କେୟାର ସେଂଟର ଗୁଡିକର ଭିତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ଆଉ ୫ କୋଟି ଟଙ୍କା ମଂଜୁର କରାଯାଇଛି ।

ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ କୋଭିଡ୍ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଲା ପ୍ରଶାସନ, ଡିଏମଏଫରୁ କୋଭିଡ୍ ପରିଚାଳନା ପାଇଁ ସାଢେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ଜିଲ୍ଲାପାଇଁ ଆଉ ୫ କୋଟି ଟଂକା ମଂଜୁର କରାଯାଇଛି । ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ଅଧିକ ୨୫୦ ଶଯ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.