ଓଡିଶାରେ ସଫଳ ହେଲା ପ୍ଲାଜମା ଥେରାପି । ସୁସ୍ଥ ହେଉଛନ୍ତି ୬ରୁ ୪ଜଣ ଗୁରୁତର ଆକ୍ରାନ୍ତ ରୋଗୀ, ଏପରିକି ଏବେ ଦରକାର ପଡୁନାହିଁ ଅମ୍ଲଜାନ, ୬ଜଣଙ୍କ ମଧ୍ୟରୁ ୪ ସୁସ୍ଥ, ୨ଜଣ ସ୍ଥିର ।

371

କନକ ବ୍ୟୁରୋ: କନକ ବ୍ୟୁରୋ: ଓଡ଼ିଶାରେ ସଫଳ ହେଉଛି ପ୍ଲାଜ୍ମା ଥେରାପି, ୬ଜଣଙ୍କ ମଧ୍ୟରୁ ୪ ସୁସ୍ଥ, ୨ଜଣ ସ୍ଥିର । ଓଡ଼ିଶାରେ ନୂଆ କରି ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ସୁଫଳ ଦେଖାଇବା ଆରମ୍ଭ କରିଛି । କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ରୋଗୀ ପାଇଁ ପ୍ରକୃତରେ କୌଣସି ଚିକିତ୍ସା ନାହିଁ । ଆଉ ଏହି ସମୟରେ ପ୍ଲାଜମା ଥେରାପି ହିଁ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଛି । ଓଡ଼ିଶାରେ ସମ୍ ହସ୍ପିଟାଲରେ ୪ଜଣଙ୍କୁ ଏବଂ ଅଶ୍ୱିନୀ ହସ୍ପିଟାଲାରେ ୨ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ଏବଂ ସେମାନଙ୍କ ମଧ୍ୟରୁ ୪ଜଣ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କୁ ଡ଼ିସଚାର୍ଜ କରାଯିବ । ଅନ୍ୟ ୨ଜଣଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଥିବା ସରକାରଙ୍କ ତରଫରୁ କୁହାଯାଇଛି ।

ସମ୍ ହସ୍ପିଟାଲରେ ୪ଜଣଙ୍କୁ ପ୍ଲାଜମା ଥେରାପି ଦେବା ପରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଆଉ ଅକ୍ସିଜେନ ସହାୟତା ଆବଶ୍ୟକ ପଡୁନାହିଁ । ଅଶ୍ୱିନୀରେ ମଧ୍ୟ ଜଣଙ୍କୁ ଆଉ ବାହାରୁ ଅମ୍ଲଜାନ ସହାୟତା ଦରକାର ପଡ଼ୁନାହିଁ ।

କ’ଣ ଏହି ପ୍ଲାଜମା ଥେରାପୀ
– କରୋନା ଭୂତାଣୁ ସଂକ୍ରମିତ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଆଂଟିବଡି ବା ପ୍ରତିଷେଧକ ବିକଶିତ ହୋଇଥାଏ
– ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତରୁ ଏହି ଆଂଟି ବଡି ବାହାର କରାଯାଇ ଅନ୍ୟ କରୋନା ଆକ୍ରାନ୍ତଙ୍କ ଶରୀରରେ ଛଡାଯାଏ
– କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ହିଁ ପ୍ଲାଜମା ଥେରାପୀ ପାଇଁ ଉପଯୋଗୀ
– ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୨ ସପ୍ତାହ ପରେ ହିଁ ନିଜ ରକ୍ତ, ପ୍ଲାଜମା ଥେରାପୀ ପାଇଁ ଦେଇ ପାରିବେ
– ରକ୍ତ ଦେବା ପୂର୍ବରୁ ତାଙ୍କର କୋଭିଡ୍-୧୯ ପରୀକ୍ଷା ଦୁଇଥର ନେଗେଟିଭ ଆସିବା ଜରୁରୀ ହୋଇଥାଏ

ସାରା ବିଶ୍ୱରେ ଗୁରୁତର ଭାବେ କରୋନାରେ ଆକ୍ରାନ୍ତ ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ଅନେକ ସ୍ଥାନରେ ଫଳପ୍ରଦ ହେଉଛି । ଯେଉଁମାନେ ଏହି ଚିକିତ୍ସା ଦ୍ୱାରା ଲାଭବାନ ହେଉଛନ୍ତି ସେମାନଙ୍କୁ ବିଶ୍ଲେଷଣ କରାଯାଉଛି ।