କନକ ବ୍ୟୁରୋ: ପରିବେଶ ସୁରକ୍ଷାରେ ଖର୍ଚ ହେଉଛି ପେନସନ୍ ଅର୍ଥ । ଚାକିରିରୁ ଅବସର ପରେ ପେନସନ୍ ଟଙ୍କାରେ ନର୍ସରି କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ବ୍ଲକ ଜଙ୍ଘିରା ଅଂଚଳର ରମେଶ ମିଶ୍ର । ନର୍ସରୀରେ ବିଭିନ୍ନ ଗଛ ଚାରା କରି, ମାଗଣାରେ ଲୋକଙ୍କୁ ବାଂଟୁଛନ୍ତି । ଏହା ପଛରେ ଗୋଟିଏ ଉଦେଶ୍ୟ ପରିବେଶକୁ ପ୍ରଦ୍ୟୁଷଣରୁ ରକ୍ଷା କରିବା ପାଇଁ ସବୁଜିମା ସୃଷ୍ଟି କରିବା । ପିଲାଟି ଦିନରୁ ସବୁଜ ସୁନ୍ଦର ପରିବେଶକୁ ଭଲ ପାଉଥିବା ରମେଶ ଚାକିରିରୁ ଅବସର ନେବା ପରେ ପରିବେଶ ସୁରକ୍ଷା ପାଇଁ ଅନବରତ କାମ କରି ଚାଲିଛନ୍ତି । ନିଜେ ଗଛଟିଏ ଲଗାଇ ତା’ର ଯତ୍ନ ନେବା ସହ ଅନ୍ୟକୁ ଚାରା ବାଂଟୁଛନ୍ତି । ୮ ବର୍ଷ ହେଲା ଏହି କାମ ଜାରି ରଖିଛନ୍ତି । ଏହାରି ଭିତରେ ସେ ୧୦ ଲକ୍ଷରୁ ଅଧିକ ଚାରା ବଂଟନ କରି ସାରିଛନ୍ତି । ନିଜ ନର୍ସରୀରେ କରିଥିବା ଚାରାକୁ ଲୋକଙ୍କୁ ମାଗଣାରେ ଦେଇଥାନ୍ତି । ଏବଂ ନିଜେ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଗଛର ସ୍ଥିତି ବାବଦରେ ଅନୁଧ୍ୟାନ କରିଥାନ୍ତି । ଏହି ନର୍ସରୀରେ ସେ ବାର୍ଷିକ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ କରିଥାନ୍ତି । ଚାରାର ଯତ୍ନ ନେବା ପାଇଁ ୭ ଜଣ ଶ୍ରମିକ ବର୍ଷ ତମାମ୍ ଏଠାରେ କାମ କରିଥାନ୍ତି । ରମେଶଙ୍କ ନର୍ସରୀରୁ ଚାରା ନେବା ପାଇଁ କେନ୍ଦୁଝର ସମେତ ଅନୁଗୁଳ, ମୟୂରଭଂଜ ଏବଂ ଢେଙ୍କାନାଳ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି ।
କେନ୍ଦୁଝର ଗଛ ମଣିଷ ରମେଶ ମିଶ୍ର: ଚାକିରିରୁ ଅବସର ପରେ ପେନସନ୍ ଅର୍ଥରେ ଲଗାଉଛନ୍ତି ଗଛ
/kanak/media/post_attachments/wp-content/uploads/2022/08/12-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)