‘ଆସ ମିଳିମିଶି ଶପଥ ନେବା, ଗଛ ଲଗାଇବା’ । ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ରସୁଲଗଡ ଦୁର୍ଗାପୂଜା କମିଟିର ବଡ ପ୍ରୟାସ ।

167

କନକ ବ୍ୟୁରୋ : ପରିବେଶ ଦିନକୁ ଦିନ ପ୍ରଦୂଷିତ ହେଉଥିବା ବେଳେ ଏଥିପ୍ରତି ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ । ଆଉ ସମାଜକୁ ସ୍ୱଚ୍ଛ ଏବଂ ସବୁଜ କରିବା ଲକ୍ଷ୍ୟ ନେଇ ଆଗେଇ ଆସିଛି ରସୁଲଗଡ ଦୁର୍ଗାପୂଜା କମିଟି । ‘ଆସ ମିଳିମିଶି ଶପଥ ନେବା, ଗଛ ଲଗାଇବା ।’ ଏଭଳି ନାରା ଦେଇ ଆଜି ରାଜଧାନୀ ରସୁଲଗଡଠାରେ ଥିବା ଏକ ଶ୍ମଶାନରେ ବୃକ୍ଷରୋପଣ କରିଛି ରସୁଲଗଡ ଦୁର୍ଗାପୂଜା କମିଟି ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ୱ କରିଥିଲେ ରସୁଲଗଡ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଶାନ୍ତ ରାୟ ଶ୍ରୀଚନ୍ଦନ । ତେବେ ଆଜି ୪୦୦ଟି ଗଛ ଲଗାଯାଇଛି । ଏବଂ ଆଗକୁ ୧୦୦୦୦ ଅଧିକ ଗଛ ଲଗାଯିବା ନେଇ ଲକ୍ଷ୍ୟ ରହିଥିବା କହିଛନ୍ତି କମିଟି କର୍ତ୍ତୃପକ୍ଷ ।

Comments are closed.