କନକ ବ୍ୟୁରୋ : ପରିବେଶ ଦିନକୁ ଦିନ ପ୍ରଦୂଷିତ ହେଉଥିବା ବେଳେ ଏଥିପ୍ରତି ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ । ଆଉ ସମାଜକୁ ସ୍ୱଚ୍ଛ ଏବଂ ସବୁଜ କରିବା ଲକ୍ଷ୍ୟ ନେଇ ଆଗେଇ ଆସିଛି ରସୁଲଗଡ ଦୁର୍ଗାପୂଜା କମିଟି । ‘ଆସ ମିଳିମିଶି ଶପଥ ନେବା, ଗଛ ଲଗାଇବା ।’ ଏଭଳି ନାରା ଦେଇ ଆଜି ରାଜଧାନୀ ରସୁଲଗଡଠାରେ ଥିବା ଏକ ଶ୍ମଶାନରେ ବୃକ୍ଷରୋପଣ କରିଛି ରସୁଲଗଡ ଦୁର୍ଗାପୂଜା କମିଟି ।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ୱ କରିଥିଲେ ରସୁଲଗଡ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଶାନ୍ତ ରାୟ ଶ୍ରୀଚନ୍ଦନ । ତେବେ ଆଜି ୪୦୦ଟି ଗଛ ଲଗାଯାଇଛି । ଏବଂ ଆଗକୁ ୧୦୦୦୦ ଅଧିକ ଗଛ ଲଗାଯିବା ନେଇ ଲକ୍ଷ୍ୟ ରହିଥିବା କହିଛନ୍ତି କମିଟି କର୍ତ୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/473dd469-03a7-40cf-aeb3-cecaab0c8b7c.jpg)