ଜିବୀତ ମୂଷା ଦେହରେ ଗଛ ଉଠିଗଲା ! ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ, କିଭଳି ସମ୍ଭବ ହେଲା ?

40

ଛୋଟବେଳେ ତରଭୁଜର ମଞ୍ଜି ଖାଉ ଖାଉ ଢୋକିଦେଲେ ଡର ଲାଗେ ଯେ, କାଳେ ପେଟରେ ଗଛ ଉଠିଯିବ । ସେହିପରି କୌଣସି ଏକ ଜୀବିତ ଯନ୍ତୁ ଦେହରେ ଗଛ ଉଠିଥିବା କଥା ଆପଣ କେବେ ଶୁଣିନଥିବେ । କିନ୍ତୁ ଏହି ଘଟଣାର ସତ୍ୟତା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରତଲାମ ଠାରେ । ସେଠାରେ ଜଣେ ଚାଷୀ ଚାଷ ପାଇଁ ପକାଇଥିବା ମଞ୍ଜି ଦ୍ୱାରା ଏକ ମୂଷାର ଶରୀର ଉପରେ ଗଛ ଉଠିଥିବା କଥା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ, ମଞ୍ଜିରୁ ଗଛ ଉଠିବା ସହ ଗଛ ବଡ ମଧ୍ୟ ହୋଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ରତଲାମ ଠାରେ ଥିବା ନାୟନ ଗ୍ରାମରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ମୂଷାକୁ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକୃତ ଘଟଣାଟି ହେଉଛି ଦାତାର ସିଂହ ନାମକ ଜଣେ ଚାଷୀ ସୋୟାବିନ ଚାଷ କରିବା ପାଇଁ ନିଜ ଚାଷଜମିରେ ମଞ୍ଜି ବୁଣିଥିଲେ । ଏହା ପରେ ଅଗଷ୍ଟ ୭ ତାରିଖରେ ସେଥିରେ କୀଟନାଶକ ପକାଇବା ପାଇଁ ଚାଷୀଜଣଙ୍କ ଯେତେବେଳେ ବିଲକୁ ଯାଇଥିଲେ ସେତେବେଳେ ଏହି ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଏକ ଜୀବିତ ମୂଷାକୁ ଦେଖିଥିଲେ , ଯିଏ ଠିକ୍ ଭାବେ ଚାଲିପାରୁନଥିଲା । ତା ଶରୀରରେ ସୋୟାବିନର ଗଛ ଉଠିଥିବା ଚାଷୀଜଣକ ଦେଖିବାକୁ ପାଇଥିଲେ । ଏହି ଗଛଟି ମୂଷାର ବେକ ମଧ୍ୟ ଦେଇ ମାଟିରେ ଲାଗିଥିଲା । ଦାତାର ସିଂହ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି ।

ଏହା ପରେ ଚାଷୀ ଜଣଙ୍କ ମୂଷା ଦେହରୁ ଗଛକୁ ଅଲଗା କରିଦେଇଛନ୍ତି । ତେବେ ଏଭଳି ଘଟଣାରେ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି କୃଷି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଞ୍ଜି ପକାଇବା ସମୟରେ ମୂଷାଟି ଆହତ ଥିଲା ଏବଂ ମଞ୍ଜିଟି ତାର କ୍ଷତ ସ୍ଥାନରେ ପଡି ଦବି ଯାଇଥିଲା । ମୂଷାଟି ଘାୟଲ ହୋଇ ମାଟିରେ ଦବି ଯିବା ଫଳରେ ଗଛ ଉଠିଥିବା ସେମାନେ ଅନୁମାନ କରୁଛନ୍ତି । ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ, ବିନା ଖାଦ୍ୟ ପାନୀୟରେ ମଧ୍ୟ ବଞ୍ଚିପାରିବ ।