କନକ ବ୍ୟୁରୋ: ବିଧାନସଭା ସଚିବଙ୍କ ସମେତ ୩ଜଣ କରୋନା ଆକ୍ରାନ୍ତ ହେବା ପରେ ବଢିଲା ଚିନ୍ତା । ବାଚସ୍ପତି କହିଲେ, ସଚିବଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆଂଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ସେପଟେ ପଂଚାୟତ ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ବୁଷ୍ଟର ଡ଼ୋଜ ଦେବା ପାଇଁ ଚାଲିଛି ଯୋଜନା । ସମସ୍ତ ବିଧାୟକ ମାନଙ୍କୁ ବୁଷ୍ଟର ଡ଼ୋଜ ଦେବା ପାଇଁ ଆରଏମଆସି ନିର୍ଦ୍ଦେଶିକାଙ୍କ ସହ ଫୋନ ଯୋଗେ ବାଚସ୍ପତି ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।
ବିଧାନସଭା ସଚିବଙ୍କ ସମେତ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଚିବଙ୍କ ସଂସ୍ପର୍ଶରେ ଆସିଥିବାକୁ କରୋନା ଟେଷ୍ଟ କରାଯାଇଥିଲା ବୋଲି କହିଛନ୍ତି ବାଚସ୍ପତି । ସମସ୍ତ ୬ଜଣଙ୍କର ଆଂଟିଜେନ ନେଗେଟିଭ ଆସିଛି ବୋଲି କହିଛନ୍ତି ବାଚସ୍ପତି । ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ ଆଂଟିଜେନ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/Odisha-assembly.jpg)