କନକ ବ୍ୟୁରୋ: ରାଜ୍ୟର ଛାତି ଉପରେ ଛିଡା ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ଆଇଏମଏମଟି)ର ଜମିକୁ ନେଇ ଆରମ୍ବ ହେଲାଣି ବିବାଦ । ଆଇଏମଏମଟି ନିଜ ପରିସରରେ ଥିବା ୩୦ ଏକର ଜାଗାରେ ସାଧାରଣ ଅନୁସନ୍ଧାନ ପ୍ରଯୁକ୍ତିବିଦ୍ୟା ବିକାଶ ହବ୍ ସହ ଅନୁସନ୍ଧାନ ପାର୍କ ପ୍ରତିଷ୍ଠା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବାବେଳେ ଏଥିରେ ବାଧା ସୃଷ୍ଟି କରିବାକୁ ରାଜ୍ୟ ସରକାରର କିଛି ଅଧିକାରୀ ଯୋଜନା ଚଳାଇଛନ୍ତି । ଏହି ଜମି ହାତେଇବା ପରେ ହୋଟେଲ ଶିଳ୍ପ ଆଳରେ କିଛି ନିର୍ଦ୍ଧିଷ୍ଟ ଶିଳ୍ପପତିଙ୍କୁ ଆପାୟିତ କରିବାକୁ ଯୋଜନା କରିଛନ୍ତି କିଛି ପ୍ରଶାସନିକ ଅଧିକାରୀ । ଏ ସଂପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ଅନୁଷ୍ଠାନର କର୍ତ୍ତୃପକ୍ଷ ।
ଅନୁଷ୍ଠାନର ପରିସରରେ ଥିବା ୩୦ ଏକର ଜମି ଅବ୍ୟବହୃତ କହି ଜମି ହାତେଇବାକୁ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଚକ୍ରାନ୍ତ ଚଳାଇଛନ୍ତି । ଜମି ଅବ୍ୟବହୃତ କହିବା ଉଚିତ ନୁହଁ ବୋଲି ଅନୁଷ୍ଠାନର ଅଧିକାରୀ କହିଛନ୍ତି । ଏକ ଗବେଷଣା ପାର୍କ ସ୍ଥାପନ ସହିତ ଅନୁଷ୍ଠାନର ବିଭିନ୍ନ ଯୋଜନା ନେଇ ଏହା ବ୍ୟବହାର ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବିଭିନ୍ନ ଷ୍ଟାର୍ଟ ଅପ ସମେତ ରାସାୟନିକ ତଥା ଫାର୍ମାସିଟିକାଲର ହେବ ଗବେଷଣା । ଗବେଷଣା ସଂପର୍କିତ ବହୁ କମ୍ପାନୀ ପ୍ରତିଷ୍ଠା ହେବ । ରାଜ୍ୟ ସରକାର ଅବରୋଧ କଲେ ଗବେଷଣା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେବ ବୋଲି ଆଇଆଇଏମଏମଟି ନିର୍ଦ୍ଦେଶକ କହିଛନ୍ତି । ଏବେ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଲାଣି ।
୬୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦର୍ଶନ ଏବଂ ଉଦ୍ୟମ ଯୋଗୁଁ ସ୍ଥାପିତ ହୋଇଥିବା ଏହି ଅନୁଷ୍ଠାନକୁ ପୂର୍ବରୁ ଆଞ୍ଚଳିକ ଅନୁସନ୍ଧାନ ଲାବୋରେଟୋରୀ କୁହାଯାଉଥିଲା । ୧୯୮୭ ରେ ପ୍ଲାନେଟାରିୟମ୍, ଆଞ୍ଚଳିକ ସଂଗ୍ରହାଳୟର ପ୍ରାକୃତିକ ଇତିହାସ ଏବଂ ଓଡିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ପରି ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରାୟ ୧୭ ଏକର ଜମି ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/OTS-4-2.png)