ହରିଶଙ୍କର-ନୃସିଂହନାଥର ହେବ ଉନ୍ନତିକରଣ । ୨୦୨୨ ଡିସେମ୍ବର ସୁଦ୍ଧା ଉନ୍ନତିକରଣ କରାଯିବାକୁ ଲକ୍ଷ୍ୟ

195

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ହରିଶଙ୍କର ଓ ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ ହେବ । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ନେଇ ତୃତୀୟ ଥର ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ମନ୍ଦିରରେ ବିକାଶ ପ୍ରକଳ୍ପ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ହରିଶଙ୍କରର ବିକାଶ ନେଇ ତୃତୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉନ୍ନତିକରଣର ଏକ ରୂପରେଖ ପ୍ରସ୍ତୁତ କରିଥିଲେ ଓଡିଶା ପର୍ଯ୍ୟଟନ ବିଭାଗ ।

ବୈଠକରେ ଫାଇଭ ଟି ସଚିବ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ହରିଶଙ୍କର ଓ ନୃସିଂହନାଥ ମନ୍ଦିରରେ ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଗୁରୁତ୍ୱ ଦେଇ ବିକାଶ କରାଯିବ । ଏଥିସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାସ୍ତା, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଂ ଜୋନ, ରିଜିୟସ ଷ୍ଟ୍ରିଟ୍ କଲଚରାଲ ପ୍ଲାଜ ନିର୍ମାଣ କରାଯିବ । ଛୋଟ ପିଲାଙ୍କ ପାଇଁ କିଡସ ପ୍ଲେ ଏରିଆ, ପାର୍କ ଆଦି ନିର୍ମାଣ କରାଯିବାକୁ ନିଷ୍ପତି ନିଆଯାଇଛି । ଆଉ ଏହା ୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।