କନକ ବ୍ୟୁରୋ: ପ୍ଲାଷ୍ଟିକ ମୁକ୍ତ ହେବ ରଥଯାତ୍ରା । ୨୦୨୦ ରଥଯାତ୍ରାକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । ଟ୍ୱିଟରରେ ଏକ ପୋଷ୍ଟ କରି ଏଥିପାଇଁ ପରାମର୍ଶ ଲୋଡିଛନ୍ତି । ବିଶେଷ କରି ରଥଯାତ୍ରା ଭିଡ ସମୟରେ ଶ୍ରଦ୍ଧାଳୁମାନେ ପାଣି ଟ୍ୟାପ୍ ପର୍ଯ୍ୟନ୍ତ ଯାଇପାରୁ ନଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବୋତଲ ପାଣି ଯୋଗାଇ ଦିଆଯାଉଛି । ହେଲେ ଆଗାମୀ ବର୍ଷ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଚିନ୍ତା କରୁଛି ଜିଲ୍ଲା ପ୍ରଶାସନ ।
Next year we ll plan plastic free Rath yatra...Request to give practical suggestions how to ensure drinking water without plastic cover for more than a million devotees who are competing for Jagannath Darshan first and not able to move much towards water points . https://t.co/pNlYkcD6G4
— Balwant Singh (@balwantskalewa7) July 13, 2019
ତେବେ ବୋତଲ ପାଣି ସ୍ଥାନରେ କ’ଣ ବିକଳ୍ପ ବ୍ୟବହାର କଲେ ଭଲହେବ, ସେନେଇ ପ୍ରସ୍ତାବ ମାଗିଛନ୍ତି ପୁରୀ ଜିଲ୍ଲାପାଳ । ଏଥର ରଥଯାତ୍ରାକୁ ଆଂଶିକ ପ୍ଲାଷ୍ଟିକ ମୁକ୍ତ କରାଯାଇ ପାରିଛି । ପାଣି ପାଉଚ୍ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଥିଲା । ବ୍ୟବହାର ପରେ ସହରରେ ପଡିରହୁଥିବା ପାଣି ପାଉଚଗୁଡିକ ନାଳ ନର୍ଦ୍ଦମାକୁ ଜାମ୍ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ରଥଯାତ୍ରା ଭିଡ ସମୟରେ ଶ୍ରଦ୍ଧାଳୁଙ୍କୁ ବୋତଲ ପାଣି ଯୋଗାଇ ଦିଆଯାଇଥିଲା ।
Undoubtedly it is Painful to see heap of plastic ...we stopped water in plastic pouches from this year which was in huge volume ... https://t.co/HL8wYKAKd1
— Balwant Singh (@balwantskalewa7) July 13, 2019
କିନ୍ତୁ ରଥଯାତ୍ରା ଓ ବାହୁଡା ଦୁଇ ଦିନରେ ପୁରୀ ସହରରୁ ୨ଶହ ଟନ୍ ପ୍ଲାଷ୍ଟିକ ଆବର୍ଜନା ବାହାରିଥିବା ଜଣାପଡିଛି । ତେବେ ଆଗାମୀ ରଥଯାତ୍ରାରେ ଡସ୍ପୋଜେବଲ ପେପର ଗ୍ଲାସରେ ପାଣି ଯୋଗାଇ ଦେବାକୁ ଚିନ୍ତା କରୁଛି ପୁରୀ ଜିଲ୍ଲା ପ୍ରଶାସନ ଅର୍ଥାତ୍ ବଡଦାଣ୍ଡର ଏକାଧିକ ସ୍ଥାନରେ ପାଣି ଟ୍ୟାଙ୍କର ଉପଲବ୍ଧ ରହିବ ଏବଂ ସ୍ୱେଚ୍ଛାସେବୀଙ୍କ ଜରିଆରେ ଭକ୍ତଙ୍କୁ ଏହି ପେପର ଗ୍ଲାସରେ ପାଣି ଯୋଗାଇ ଦିଆଯିବ । ସେହିପରି ଛୋଟ ଦୋକାନୀ, ହୋଟେଲ ଓ ରେଷ୍ଟୁରାଂଟଗୁଡିକୁ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ସଚେତନ କରାଯିବ ।