କରୋନା ପାଇଁ ଲକଡାଉନ୍ ଜାରି...ଘରକୁ ଯାଇ କାମ କରିପାରିବେ ମେକାନିକ୍: ପେଟ୍ରୋଲ ଟାଙ୍କି କଡ଼ରେ ଖୋଲିବ ଗ୍ୟାରେଜ୍

Advertisment
ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍, ଆରମ୍ଭ ହେବ କରୋନା ତାଲା ଖୋଲିବା ପ୍ରକ୍ରିୟା: ଜୁନ୍ ୮ ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ ଓ ସପିଂ ମଲ୍; ହେଲେ ବନ୍ଦ ରହିବ ସିନେମା ହଲ୍

କନକ ବ୍ୟୁରୋ: କରୋନା ପାଇଁ ଲକଡାଉନ୍ ଜାରି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ବଜାରରେ ଆଉ ସବୁ ଦୋକାନ ବନ୍ଦ। ଗାଡ଼ି ଖରାପ ହୋଇଗଲେ ସଜଡ଼ା ହୋଇପାରୁନି କି ଗୃହପୋକରଣ ସାମଗ୍ରୀ ଖରାପ ହେଲେ, ମେକାନିକ୍ ଆସୁନାହାନ୍ତି। ଗୋଟିଏ ପଟେ ଘରୁ ନ ବାହାରିବା ପାଇଁ କଡ଼ା ନିର୍ଦ୍ଦେଶ ଥିବା ବେଳେ ଗୃହପୋକରଣ ଖରାପ ହୋଇଯିବା ପରେ ଘରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଏଭଳି ସମସ୍ୟା ନେଇ ପୁଲିସ କମିସନରଙ୍କୁ ଅଭିଯୋଗ ହେବା ପରେ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଏହାର ସମାଧାନ ବାହାର କରିଛନ୍ତି। ବିଭିନ୍ନ ଗୃହପୋକରଣ ସଂସ୍ଥାର ମେକାନିକ୍ କିଭଳି ଉପଭୋକ୍ତାଙ୍କ ପାଖରେ ପହଞ୍ଚି ପାରିବେ, ସେ ନେଇ ବ୍ୟବସ୍ଥା ହେବ। ମେକାନିକକୁ ବାଟରେ ପୁଲିସ ଅଧିକାରୀ ଅଟକାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଏଥିପାଇଁ ମେକାନିକକୁ ଉପଯୁକ୍ତ ପ୍ରମାଣ ଦେଖାଇବାକୁ ପଡ଼ିବ।


ସେହିଭଳି ଗ୍ୟାରେଜ୍ ବନ୍ଦ ଥିବାରୁ ବିଶେଷକରି ବାଇକ୍ ଚାଳକ ଘୋର ସସମ୍ୟାର ସମ୍ମୁଖୀନ ହେଉଛନ୍ତି। ଖରା ଦିନ ହୋଇଥିବାରୁ ଗାଡ଼ି ଲିକ୍ ହେବା ପରିମାଣ ବଢ଼ିଛି। ଥରେ ଗାଡ଼ି ଲିକ୍ ହେଲେ ଘରେ ପଡ଼ି ରହୁଛି। ଜରୁରୀକାଳୀନ ସେବାରେ ଲାଗିଥିବା ବ୍ୟକ୍ତିମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ବାହାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣି ଆସୁଥିବା ଟ୍ରକଗୁଡ଼ିକ ଯେଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ, ସେଥିପାଇଁ ରାଜପଥ କଡ଼ରେ ଗ୍ୟାରେଜ୍ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସହର ଭିତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏ ନେଇ କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସହର ଭିତରେ ଥିବା ପେଟ୍ରୋଲ ଟାଙ୍କି କଡ଼ରେ ଥିବା ଗ୍ୟାରେଜ୍ଗୁଡ଼ିକ ଖୋଲି ପାରିବ ବୋଲି ସ୍ପଷ୍ଟ କରିଛନ୍ତି। ଯାହାର ଆଗରୁ ଗ୍ୟାରେଜ୍ ରହିଛି, ସେମାନେ ଖୋଲି ପାରିବେ କିମ୍ବା ଯେଉଁମାନେ ଏହି କାମ କରିବା ପାଇଁ ଚାହୁଛନ୍ତି ସେମାନେ ଟାଙ୍କି କଡ଼ରେ ଏହି ସେବା ଯୋଗାଇ ପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe