କନକ ବ୍ୟୁରୋ : ବେଳେ ବେଳେ ଦେଶୀ ଯୋଗାଡ ବହୁତ ବଡ ସମସ୍ୟାରୁ ରକ୍ଷା କରିଥାଏ । ହଁ ଏଥିରେ ବିପଦ ରହିଥାଏ ନିଶ୍ଚୟ କିନ୍ତୁ ଅନେକ କ୍ଷେତ୍ରରେ ଦେଶୀ ଯୋଗାଡ ମାଧ୍ୟମରେ ଜୀବନ ବଞ୍ଚି ଯାଇଥାଏ । ଯେଉଁଠି ସବୁ ରାସ୍ତା ବନ୍ଦ ହୋଇଯାଇଥାଏ ସେଠାରେ ଦେଶୀ ଯୋଗାଡ ବଡ ବିକଳ୍ପ ସାଜି ଉଭା ହୋଇଥାଏ । ଆଉ ଭାରତରେ ଏହାର ବହୁଳ ବ୍ୟବହାର କରାଯାଇଥାଏ । ସେହିଭଳି ଏକ ଦେଶୀ ଯୋଗାଡର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଆକାଶପଥରେ ବନ୍ଦ ହୋଇଯାଇଥିବା ଏୟାରକ୍ରାଫ୍ଟକୁ ଚାଲୁ କରିବାକୁ ଦେଶୀ ଟ୍ରିକ ଆପଣାଇଥିଲେ ପାଇଲଟ ।
View this post on Instagram
ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମଝି ଆକାଶରେ ଏୟାରକ୍ରାଫ୍ଟର ଇଞ୍ଜିନ ବନ୍ଦ ହୋଇଯାଇଥିଲା ଏବଂ ଏହାକୁ ଚାଲୁ କରିବାକୁ ଏକ ଭିନ୍ନ ତରିକା ଆପଣାଇଥିଲେ ପାଇଲଟ । ଯାହାକୁ ଲକ୍ଷ ଲକ୍ଷ ୟୁଜର୍ସ ପସନ୍ଦ କରିଛନ୍ତି । ଏୟାରକ୍ରାଫ୍ଟର ଇଞ୍ଜିନ ବନ୍ଦ ହେବା ପରେ ପାଇଲଟ ଜଣକ ଏହାକୁ ଚାଲୁ କରିବାକୁ ଏୟାରକ୍ରାଫ୍ଟରେ ନିଜକୁ ଦଉଡି ସାହାଯ୍ୟରେ ବାନ୍ଧି ବାହାରକୁ ବାହାରିବା ସହ ଆଗରେ ଲାଗିଥିବା ଫଙ୍ଖାକୁ ଘୁରାଇଥିଲେ । ତେବେ ଏହାଦ୍ୱାରା ଇଞ୍ଜିନ ପୁଣିଥରେ ଷ୍ଟାର୍ଟ ହେବ କି ନାହିଁ ତାହା ପାଇଲଟ ଜଣକ ଜାଣିନଥିଲେ । କିନ୍ତୁ ଫଙ୍ଖା ଚଳାଇବା ପରେ ଇଞ୍ଜିନଟି ପୁଣିଥରେ ଷ୍ଟାର୍ଟ ହେବା ସହ ଏକ ବଡ ବିପଦ ଟଳି ଯାଇଥିଲା । ଆଉ ଅଳ୍ପକେ ବର୍ତ୍ତି ଯାଇଥିଲେ ପାଇଲଟ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।