ଉଡାଣ ଆରମ୍ଭ ବେଳେ ବରଫ ଗଦାରେ ଫଶିଗଲା ବିମାନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବନ୍ଦର କର୍ମଚାରୀଙ୍କ ଅବହେଳାକୁ ଦାୟୀ

145

କନକ ବ୍ୟୁରୋ : ଜମ୍ମୁ- କାଶ୍ମୀର ବିମାନ ବନ୍ଦରରେ ବୁଧବାର ଦିନ ଏକ ବଡଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଇଣ୍ଡିଗେ ଏୟାର ଲାଇନ୍ସର ଏକ ବିମାନ । ଫଳର ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ମାନେ ସୁରକ୍ଷିତ ରହିଥିବାର ସୂଚନା ମିଳିଛି । କୁହାଯାଇଛି କି ଘଟଣା ଘଟିବା ବେଳେ ବିମାନରେ ୨୩୩ ଜଣ ଯାତ୍ରୀ ଥିଲେ ।

ସୂଚନା ମୁତାବକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସଂଖ୍ୟା ୬ଇ-୨୫୫୯ ଆଜି ଶ୍ରୀନଗରରୁ ଦିଲ୍ଲୀ ଉଡାଣ କରିବା ବେଳେ ଏଭଳି ଦୁର୍ଘଟଣାରେ ସାମ୍ନା କରିଥିଲା । ଜମ୍ମୁ- କାଶ୍ମୀରରେ ଏବେ ଭୀଷର ବରଫ ପାତ ହେଉଥିବାରୁ ଶ୍ରୀନଗର ଏୟାରପୋର୍ଟ ରନୱେରୁ ବରଫଗୁଡିକୁ ବାହାର କରାଯାଇ ଗୋଟିଏ କୋଣରେ ଠୁଳ କରାଯାଇଥିଲା । ଫଳରେ ବିମାନଟି ଉଡାଣ ଆରମ୍ଭ କରିବା ବେଳେ ବରଫ ମଧ୍ୟରେ ଫଶିଯାଇଥିଲା ।

ବିମାନର ଡାହାଣପଟ ଇଞ୍ଜିନଟି ବରଫ ଗଦାରେ ପିଟିହେବା ଯୋଗୁ ଏକ ବିକଟାଳ ଶବ୍ଦ କରି ବିମାନଟି ଥରି ଉଠିଥିଲା । ଏହାକୁ ଦେଖି ବିମାନବନ୍ଦର କର୍ତ୍ତୁପକ୍ଷ ତୁରନ୍ତ ପଦକ୍ଷେପ ନେବା ସହ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଉହ୍ଲାଇଦେଇଥିଲା । ପରେ ବିମାନକୁ ସମ୍ପୁର୍ଣ୍ଣ ଯାଂଚ କରାଯିବା ପରେ ବିମାନଟି ପୁଣି ଉଡାଣ ଆରମ୍ଭ କରିଥିଲା ।

ସୂଚନା ଥାଉକି ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣାରେ ଶକାର ହେଉଛି ବିମାନ । ଆଜିର ଘଟଣା ଯାହାର ସଦ୍ୟତମ ପ୍ରମାଣ । ତେଣୁ ବିମାନ ଛାଡିବା ପୂର୍ବରୁ ବିମାନବନ୍ଦର କର୍ତ୍ତୁପକ୍ଷ ବିମାନ ସହ ପାରିପାଶ୍ୱିର୍କ ସ୍ଥିତିର ସଠିକ୍ ଯାଂଚ କରିବାକୁ ଦାବି ହୋଇଛି ।