କନକ ବ୍ୟୁରୋ: ଉପାନ୍ତରୁ ଉଡ଼ିଲା ବିମାନ । ଆଜି ବିଧିିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ନିୟମିତ ମାଲକାନଗିରିରୁ ଉଡିବ ବିମାନ । ଗମନାଗମନରେ ଯୋଡି ହେବ ଆଉ ଏକ ଅଧ୍ୟାୟ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

ମାଲକାନଗିରି ଆକାଶ ରେ ଉଡିଲା ବିମାନ । ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣ ହୋଇ ଥିବା ବିମାନବନ୍ଦରର ରନୱେ କାମ ଶେଷ ହେବା ପରେ ରନେଓ ର ଟ୍ରାଏଲ ରନ ଶେଷ ହୋଇଛି । ପ୍ରଥମ ଥର କରି ବି-ଟୁ ୧୦୦ ଜିଟି ବିମାନ ମାଲକାନଗିରି ଆକାଶ ରେ ଉଡିବା ଦେଖି ଜିଲ୍ଲା ବାସୀ ବେଶ ଉତ୍ସାହିତ ହେବା ସହ ଖୁବ ଶିଘ୍ର ଯାତ୍ରୀ ବାହି ବିମାନ ଉଡିବା ନେଇ ଆଶା ବାନ୍ଧିଛନ୍ତି ଜିଲ୍ଲାବାସୀ । ତେବେ ଆଗାମି ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନ ବନ୍ଦର କୁ ଉଦଘାଟନ କରିବେ ବୋଲି ସୁଚନା ଦେଇଛନ୍ତି ଜିଲ୍ଲାପାଳ । ଆଉ ଡିଜିସିଏ ର ଅନୁମୋଦନ ପରେ ହିଁ ସାଧାରଣ ଯାତ୍ରୀଙ୍କ ପାଇଁ ବିମାନ ଚଳାଚଳ ହବ ବୋଲି ଜଣା ପଡିଛି ।

ରବିବାର ମାଲକାନଗିରି ବାସୀଙ୍କ ପାଇଁ ଥିଲା ଏକ ଐତିହାସିକ ମୁହୁର୍ତ । ପ୍ରଥମ ଥର କରି ମାଲାକନଗିରି ଆକାଶ ରେ ବିମାନ ଉଡିବା ଦେଖି ଥିଲେ ମାଲକାନଗିରି ବାସୀ । ଆଉ କେଇ ମିନିଟ ଭିତରେ ମାଲକାନଗିରି ସହର ଉପକଣ୍ଠ ନିଲିମାରି ଠାରେ ନିର୍ମାଣାଧିନ ବିମାନବନ୍ଦରରେ ଅବତରଣ କରିଥିଲା ଯାତ୍ରୀବାହୀ ବିମାନ ବିଟୁ-୧୦୦ ଜିଟି ବିମାନ । ମାଲକାନଗିରି ମାଟି ରେ ପ୍ରଥମ ବିମାନ କୁ ଓଟାର କ୍ୟାନନ୍ ସେଲୁଟ୍ ଦେଇ ସ୍ୱାଗତ କରା ଯାଇ ଥିବା ବଳେ ବିମାନ ରୁ ଓହ୍ଲାଇ ମାଲକାନଗିରି ବିମାନ ବନ୍ଦର ଓ ଏହାର ବିଶାଳ ରନୱେ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ନେଇ ସନ୍ତୋଷ ପ୍ରକାଶ କରି ଥିଲେ ଟ୍ରାଏଲ ରନ ରେ ଆସି ଥିବା ପାଏଲଟ । ମାଲାକନଗିରି ବିମାନ ବନ୍ଦର ର ରନେଓ ର ଲମ୍ବ ଯଥେଷ୍ଟ ଅଧିକ ସହ ସମ୍ପ୍ରସାରଣ ସମ୍ଭାବନା ଅଧିକ ରହି ଥିବା ରୁ ଏହା କୁ ଟୁ-ବି କାଟାଗୋରି ରେ ରଖା ଯାଇ ଥିବା ସହ ଏବେ ଏଟିଆର – ୭୨ ବିମାନ ଅବତରଣ କରି ପାରିବ ବୋଲି ଜଣା ପଡିଛି । ଆଗକୁ ସମ୍ପ୍ରସାରଣ ହେଲେ ଏୟାରବସ ଏ-୩୨୦ ଓ ବୋଇଙ୍ଗ- ୭୩୭ ମଧ୍ୟ ଅବତରଣ କରିବା ସମ୍ଭବ ବୋଲି ଜଣା ପଡିଛି ।

ଦେଶ ର ସାଧାରଣ ନାଗରିକଙ୍କୁ ବିମାନସେବା ଯୋଗାଇବା ଉଦ୍ଦେଶ୍ୟ ରେ ୨୦୧୬ ମସିହା ରେ କେନ୍ଦ୍ର ସରକାର ଉଡାନ ଯୋଜନା ର ଶୁଭାରମ୍ଭ କରି ଥିଲେ । ଝାରସୁଗୁଡା, ରାଉରକେଲା, ଉକ୍ରେଲା, ଜୟପୁର ପରେ ଏବେ ଉଡାନ ଯୋଜନାରେ ସାମିଲ ହୋଇଛି ମାଲକାନଗିରି ବିମାନ ବନ୍ଦର । ମାଲକାନଗିରି ବିମାନ ବନ୍ଦରର ଲମ୍ବ ୧୬୨୦ ମିଟର । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨୩୪ ଏକର ଜମି ଯୋଗାଇଦେଇଛନ୍ତି । ଅକ୍ଟୋବର ୨୦୨୨ ରେ ୩୦ କୋଟି ମୂଲ୍ୟ ରେ ଏହି ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ ହୋଇ ଥିବା ବେଳେ ନିର୍ଧାରିତ ସମୟ ସୀମାରେ ଏହାର ନିର୍ମାଣ କାମ ଶେଷ ହୋଇଛି । ଜାନୁଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ।