କନକ ବ୍ୟୁରୋ: ଫିଲିଫାଇନ୍ସରେ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ସାମରିକ ବିମାନ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ଘଟିବା ସମୟରେ ବିମାନରେ ୮୫ଜଣ ଥିଲେ । ଏନେଇ ସୂଚନା ଦେଇଛନ୍ତି ଫିଲିଫାଇନ୍ସ ସାମରିକ ମୁଖ୍ୟ ସିରିଲିଟୋ ସୋବେଜନା । ଦକ୍ଷିଣ ଫିଲିଫାଇନ୍ସରେ ଘଟିଛି ଏହି ଦୁର୍ଘଟଣା । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଘଟଣାସ୍ଥଳରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଓ ନିଖୋଜଙ୍କ ଖୋଜ ଜାରି ରହିଛି ।
ସୂଚନା ଅନୁସାରେ ଫିଲିଫାଇନ୍ସ ବାୟୁସେନା ପିଏଏଫର ଏକ ସି-୧୩୦ ବିମାନରେ ୮୫ଜଣ ଆଜି ସକାଳୁ ଯାତ୍ରା କରିଥିଲା । ତେବେ ବିମାନଟି ଅବତରଣ ସମୟରେ ପାଟିକୁଲ ସୁଲୁ ଦ୍ୱୀପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଜିଲୋ ଦ୍ୱୀପରେ ଅବତରଣ କରୁଥିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ତଳେ ପଡିବା ସହ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା ।ଦୁର୍ଘଟଣାରେ କିଭଳି ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/26-1.jpg)