ଟେକ୍ସାସର ସୁଗାର ଲ୍ୟାଣ୍ଡ ସହରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁ ଦିନ ପରି ସୁଗାର ଲ୍ୟାଣ୍ଡ ସହରର ରାସ୍ତାରେ ଗାଡ଼ି ଚଳାଚଳ ହେଉଥିବା ବେଳେ ହଠାତ୍ ଉପରୁ ଏକ ବିମାନ ଆସି ଏକ କାର୍ ଉପରେ ପଡ଼ିଥିଲା । ଏହି ଗାଡ଼ିର ପଛରେ ଏବଂ ଆଗରେ ଥିବା ଗାଡ଼ି ଏହି ଦୃଶ୍ୟକୁ ଦେଖି ଅଟକି ଯାଇଥିଲେ । ଭିତରେ ଥିବା ଲୋକମାନଙ୍କର ଅବସ୍ଥା କ’ଣ ହୋଇଥିବା ଭାବି ଲୋକମାନଙ୍କ ହୃଦୟର ସ୍ପନ୍ଦନ ଅଟକି ଯାଇଥିଲା । କିଛି ସମୟ ପରେ କାର୍ ଭିତରୁ ଜଣେ ଯୁବକ ଏବଂ ତାଙ୍କ ପୁଅ ବାହାରିଥିଲେ । ଏହି ଘଟଣା ପରେ ସେମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇ ଦୁଇ ଜଣଙ୍କୁ ଘରକୁ ପଠା ଯାଇଥିବା ଜଣାପଡ଼ିଛି ।
ମଝି ଆକାଶରୁ କାର ଉପରେ ପଡିଲା ବିମାନ । ହେଲେ ଅଳ୍ପକେ ରକ୍ଷା ପାଇଗଲା ଜୀବନ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ
Advertisment
Follow Us