କନକ ବ୍ୟୁରୋ: ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି ।

Advertisment

ଫ୍ରାନ୍ସ ପୋଲିସ ଭାତ୍ରେଠାରେ ଥିବା ଏକ କ୍ଷୁଦ୍ର ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ବାଧ୍ୟ କରିଥିଲା । ବିମାନ ଯାତ୍ରୀଙ୍କ ବିଶ୍ରାମ ପାଇଁ ବନ୍ଦରର ଅଭ୍ୟର୍ଥନା ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି । ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବ ଚାଲାଣ ମାମଲାରେ ତଦନ୍ତ ପାଇଁ ସହାୟତା ଲୋଡିଛି ।