ବିମାନ ଅବତରଣର ବିରଳ ଚିତ୍ର । ସହର ମଝିରେ ରାସ୍ତା ଉପରେ ଅବତରଣ କଲା ବିମାନ, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ୧୩୦ ଜଣଙ୍କ ଜୀବନ । ଦେଖନ୍ତୁ ଏହାର ଭିଡିଓ

ବିମାନ ଅବତରଣର ବିରଳ ଚିତ୍ର । ସହର ମଝିରେ ରାସ୍ତା ଉପରେ ଅବତରଣ କଲା ବିମାନ, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ୧୩୦ ଜଣଙ୍କ ଜୀବନ । ଦେଖନ୍ତୁ ଏହାର ଭିଡିଓ

କାସ୍ପିଆନ ଏୟାର ଲାଇନର ଏକ ଯାତ୍ରୀବାହୀ ବିମାନ ଇରାନର ମାସହାରା ସହର ମଝିରେ ଏକ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଜରୁରିକାଳୀନ ଅବତରଣ କରିବା ଘଟଣାକୁ କେନ୍ଦ୍ରକରି ଆଜି ବିଶ୍ୱବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବିମାନରେ ୧୩୦ ଜଣ ଯାତ୍ରୀ ଥିଲେ। ତେବେ, ଏହି ଘଟଣାର ଭିଡିଓ ଚିତ୍ର ପଦାକୁ ଆସିବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ରିପୋର୍ଟରୁ ପ୍ରକାଶ, ଆଜି କାସ୍ପିଆନ ଏୟାର ଲାଇନର ଏକ ଯାତ୍ରୀବାହୀ ବିମାନ ୧୩୦ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଥିଲା। ତେବେ, ବିମାନଟି ଇରାନର ମାସହାରା ସହର ଉପର ଦେଇ ଉଡ଼ାଣ କରୁଥିବା ସମୟରେ ବିମାନଟିରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ତ୍ରୁଟି ଏତେ ଭୟଙ୍କର ଥିଲା ଯେ ନିକଟବର୍ତ୍ତୀ ବିମାନ ବନ୍ଦର ପର୍ଯ୍ୟନ୍ତ ଯାଇ ସେଠାରେ ଜରୁରିକାଳୀନ ଅବତରଣ କରିବା ମଧ୍ୟ ସମ୍ଭବପର ନଥିଲା।

ଏ ପରିସ୍ଥିତିରେ ବିମାନର ପାଇଲଟ ଜଣକ ତାଙ୍କର ଉପସ୍ଥିତ ବୁଦ୍ଧିକୁ ଖଟାଇ ଅତ୍ୟନ୍ତ ଦକ୍ଷତାର ସହ ବିମାନଟିକୁ ମାସହାରା ସହର ମଝିରେ ଏକ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଜରୁରିକାଳୀନ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ରାଜରାସ୍ତା ମଧ୍ୟରେ ବିମାନଟି ଅବତରଣ କରିବା ପରେ ସ୍ଥାନୀୟ ଲୋକେ ବିମାନ ମଧ୍ୟରେ ଅଟକ ରହି ଯାଇଥିବା ଯାତ୍ରୀମାନଙ୍କୁ ବିମାନ ମଧ୍ୟରୁ ଉଦ୍ଧାର କରିଥିଲେ। ତେବେ, ଏହି ଘଟଣାରେ ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe