କାନାଡାରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଟ୍ରେନିଂ ପାଇଲଟଙ୍କ ଜୀବନ ଚାଲିଯାଇଥିବା ସୂଚନାରୁ ଜଣାପଡିଛି । ଏହି ଦୁଇ ଭାରତୀୟ ମୁମ୍ବାଇ ନିବାସୀ ଥିଲେ । ଜଣଙ୍କର ନାଁ ଅଭୟ ଏବଂ ଅନ୍ୟ ଜଣଙ୍କ ନାଁ ୟଶ ବିଜୟ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଏହି ଦୁର୍ଘଟଣା ବ୍ରିଟିସ୍ କଲୋମ୍ବିଆ ନିକଟସ୍ଥ ବ୍ୟାକୁବରଠୁ ପ୍ରାୟ ୧୦୦ କିମି ଦୂରରେ ଘଟିଛି । ସେଠିରେ ଥିବା ଏକ ଛୋଟ ବିମାନ ବନ୍ଦର ନିକଟରେ ଦୁର୍ଘଟଣା ଘଟିଛି । ଯେଉଁଥିରେ ଦୁଇ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଦୁଇ ଭାରତୀୟ ଟ୍ରେନିଂ ପାଇଲଟଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଏହି ଦୁର୍ଘଟଣା କେମିତି ଘଟିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନି । କାନାଡା ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଦୁଇ ଇଞ୍ଜିନ୍ ବିଶିଷ୍ଟ ଏହି ହାଲକା ବିମାନ ଗଛରେ ଧକ୍କା ହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାଞ୍ଚ କରିବା ପାଇଁ ଘଟଣାସ୍ଥଳକୁ ଏକ ଟିମ୍ ପଠାଯାଇଛି । ଦୁର୍ଘଟଣାର କାରଣ ଖୁବ୍ ଶୀଘ୍ର ଜଣାପଡିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/10/Capture-6.jpg)