ପୋଲିସ ପଦବୀ ନେଇ ମୁଖ୍ୟମନ୍ତ୍ରୀ ବଡ ବୟାନ…ଓଡିଶାରେ ୬୫୦୦ ପଦବୀ ସୃଷ୍ଟି ପାଇଁ ଯୋଜନା।

8,642

କନକ ବ୍ୟୁରୋ: ରାଜ୍ୟରେ ଶୀଘ୍ର ସୃଷ୍ଟି ହେବ ନୂଆ ପୋଲିସ ପଦବୀ । ପୋଲିସ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଶୀଘ୍ର ରାଜ୍ୟରେ ୬୫୦୦ ପୋଲିସ ପଦବୀ ସୃଷ୍ଟିର ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସମସ୍ତ ପଦବୀ ଭିନ୍ନ ଭିନ୍ନ ବିଭାଗ ପାଇଁ ସୃଷ୍ଟି କରାଯାଉଥିବା ସେ କହିଛନ୍ତି । ଲୋକଙ୍କ ପାଖରୁ ମଧ୍ୟ ଏନେଇ ଭିନ୍ନ ଭିନ୍ନ ସମୟରେ ଅନେକ ମତ ଗ୍ରହଣ କରାଯାଉଛି । ମୋ ସରକାର ଜରିଆରେ ଲୋକଙ୍କ ପାଖରେ ପୋଲିସ ପ୍ରଶାସନକୁ ପହଞ୍ଚାଯାଉଛି ।

ସେପଟେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶାକୁ କୋଟି କୋଟି ଟଙ୍କାର ନିବେଶ ଆସୁଛି । ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା । ହକି ବିଶ୍ୱକପରେ ଓଡିଶାର ସଫଳତା ସାରା ବିଶ୍ୱ ଦେଖିଲା । ଓଡିଶାବାସୀ ଶାନ୍ତିପ୍ରିୟ, ସେମାନଙ୍କ ପାଇଁ ମୁଁ ଗର୍ବିତ ।