ୟୁଏଇରୁ ଭାରତକୁ ସମୁଦ୍ର ଭିତରେ କରିବ ରେଳ ଚଳାଚଳ

ଭାରତ-ୟୁଏଇ ମଧ୍ୟରେ ସମୁଦ୍ର ମଧ୍ୟରେ କରିବ ରେଳ ଚଳାଚଳ

1,175

କନକ ବ୍ୟୁରୋ : ହାଇପରପୁଲ ପରେ ୟୁଏଇ ଏକ ନୂଆ ଯୋଜନା କରୁଥିବା ସୂଚନା ମିଳିଛି । ତେବେ ଏହି ଯୋଜନାରେ ଭାରତ ମଧ୍ୟ ଉପକୃତ ହେବ ବୋଲି ସୂଚନା ମିଳିଛି । ବର୍ତମାନ ସମୟରେ ଭାରତ-ୟୁଏଇ ମଧ୍ୟରେ ଆକାଶ ପଥ ବା ଜଳପଥରେ ଯୋଗାଯୋଗ ଜାରି ରହିଛି । ହେଲେ ଏହି ଯୋଜନା ମଧ୍ୟରେ ଭାରତ ସହ ରେଳପଥରେ ଭାରତ ସହ ୟୁଏଇ ସଂଯୋଗ କରିବ ବୋଲି ଜଣାପଡିଛି । ତେବେ ୟୁଏିର ଜଣେ ଆଡାଭାଇଜର କହିଛନ୍ତି ଯେ, ଆମେ ଅନେକ ଦିନ ହେଲାଣି ଏହି ଯୋଜାନ କରିବା ପାଇଁ ଉଦ୍ୟମ ରଖିଥିଲୁ । ହେଲେ କୌଣସି କାରଣ ବଶତଃ ଏହା ସମ୍ଭବ ହୋଇପାରିନଥିଲା । କିନ୍ତୁ ବର୍ତମାନ ଏହି ସୁଯୋଗ ଆସିବା ପରେ ଏହାକୁ କିପରି ଫଳପ୍ରଦ କରାଯିବ ସେନେଈ ଆମେ କାମ କରିବାର ଆବଶ୍ୟକ ବୋଲି ସେ କହିଛନ୍ତି ।

 

ଏହାସହ ସେ କହହିଛନ୍ତି ଯେ, ଯଦି ଏହି ଯୋଜନା କାର୍ଯ୍ୟକାରୀ ହେବ ତେବେ କେବଳ ଭାରତ କିମ୍ବା ୟୁଏଇ ନୁହେଁ ବରଂ ଅନ୍ୟ ଦେଶର ଲାଭ ହେବ ବୋଲି ସେ କହିଛନ୍ତି । ଏହି ଯୋଜନା ହେଲେ ତେଲ ରପ୍ତାନୀରେ ମଧ୍ୟ ଅନେକ ସହଯୋଗ ବୋଲି ସେ କହିଛନ୍ତି । ଏହି ଟ୍ରେନରେ ଯାତ୍ରୀ ପରିବହନ ମଧ୍ୟ ହେବ ବୋଲି ସୂଚନା ମିଳିଛି । ଏହି ରେଳ ପ୍ରକଳ୍ପକୁ ନର୍ମଦା ନଦୀ ସହ ମଧ୍ୟ ସଂଯୋଗ କରାଯିବା ସହ ଦ୍ୱିପାକ୍ଷିକ ଆଲୋଚନ ମଧ୍ୟ ବୃଦ୍ଧି ପାଇବ । ଯଦି ଏହା ସମ୍ଭବ ହୁଏ ତେବେ ଏହାର ମୋଟ ଲମ୍ବ ୨ହଜାର କିମି ହେବ ବୋଲି ସୂଚନା ମିଳିଛି । ହେଲେ ଏହା କେବେ ଆରମ୍ଭ ହେବ ତାହାର କୌଣଶି ସୂଚନା ମିଳିନାହିଁ ।