ଆଜିଠୁ ପୂରଣ ହେବ ଭକ୍ତଙ୍କ ଇଚ୍ଛା । ଦୀର୍ଘ ୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ । କୋଭିଡ କଟକଣାର ହେବ ପାଳନ, ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

155

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ଅନୁଷ୍ଟାନ । ମହାରାଷ୍ଟ୍ର ସରକାର ଅନୁମତି ଦେବା ପରେ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ସମସ୍ତ ଧାର୍ମିକ ପୀଠର ଦ୍ୱାର ଭକ୍ତଙ୍କ ପାଇଁ ଆଜିଠାରୁ ଖୋଲିଛି । ଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ପହଁଚି ସେମାନଙ୍କ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ କୁହାଯାଇଛି ।

କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ନିୟମ ରହିବ । ନିୟମିତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟ ହେବ । ମହାରାଷ୍ଟ୍ରରେ ଗତ କିଛି ମାସ ହେଲା ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିଲା । ଏପରି କି ମନ୍ଦିର ଖୋଲିବା ପାଇଁ ପୂଜାରୀ, ପଣ୍ଡିତ ଆନ୍ଦୋଳନ ମଧ୍ୟ କରିଥିଲେ ।