ଫଟାଫଟ କ୍ରିକେଟ ଉପରେ ପୁଣି କରୋନା କୋପ । ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ ।

516

କନକ ବ୍ୟୁରୋ: କରୋନା ଭିତରେ ସବୁଠୁ ବଡ଼ ଖବର ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ । ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ୧୪ତମ ସଂସ୍କରଣକୁ ସ୍ଥଗିତ ରଖିଗଲା । ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ସୁକ୍ଳା ।

ତେବେ ଫଟାଫଟ କ୍ରିକେଟ ଉପରେ ପୁଣି କରୋନା କାଳ । ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଓ ଅନ୍ୟଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା । ସଂକ୍ରମିତ ଖେଳାଳୀଙ୍କ ସହ ଅନ୍ୟ ଖେଳାଳୀ ସଂର୍ଶ୍ପଷରେ ଆସିଥିବା ଯୋଗୁଁ ସେମାନଙ୍କୁ ସଂଗରୋଧରେ ପଠାଯାଇଛି ।

ସେପଟେ ବୁଧବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲର୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳ ଆୟୋଜନ କରାଯାଇଥିଲା । ଗତକାଲି କେକେଆରର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିଅର ସଂକ୍ରମିତ ଚିହ୍ନଟ ହେବା ପରେ ଆରସିବି ସହ ଆୟୋଜିତ ମ୍ୟାଚ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମଣ କାଳରେ ଜୈବ ବଳୟରେ ଆଇପିଏଲ ମ୍ୟାଚ କରିବା ନେଇ ଦାବି କରିଥିଲା ବିସିସିଆଇ । ଖେଳାଳିଙ୍କୁ ଜୈବ ବଳୟରେ ରଖି ସଫଳତା ପୂର୍ବକ ୨୯ ଟି ମ୍ୟାଚ ଖେଳାଯାଇଛି । କିନ୍ତୁ ଅନେକ ଖେଳାଳୀ ଏବଂ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ ।

Comments are closed.