କନକ ବ୍ୟୁରୋ : ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । କଂଗ୍ରେସରେ ସାମିଲ ହେବେନି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ରଣଦୀପ ସୁର୍ଯ୍ୟେୱାଲା । ଆଉ ସୂର୍ଯ୍ୟେୱାଲାଙ୍କ ଏହି ଟ୍ୱିଟ୍ ସବୁ ସସପେନ୍ସ ଉପରୁ ପରଦା ହଟାଇଛି । ସେ ଟ୍ୱିଟ୍ କରି କହିଛନ୍ତି, ସୋନିଆଙ୍କ ତରଫରୁ କଂଗ୍ରେସରେ ମିଶିବା ପାଇଁ ପ୍ରଶାନ୍ତଙ୍କୁ ଅଫର ଦିଆଯାଇଥିଲା । କିନ୍ତୁ ଏହାକୁ ଗ୍ରହଣ କରିନାହାନ୍ତି ପ୍ରଶାନ୍ତ । ତେବେ ଦଳର ହିତ ପାଇଁ ପରାମର୍ଶ ଦେଇଥିବାରୁ ପ୍ରଶାନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର୍ଯ୍ୟେୱାଲା ।
Following a presentation & discussions with Sh. Prashant Kishor, Congress President has constituted a Empowered Action Group 2024 & invited him to join the party as part of the group with defined responsibility. He declined. We appreciate his efforts & suggestion given to party.
— Randeep Singh Surjewala (@rssurjewala) April 26, 2022
ଏହାପୂର୍ବରୁ କଂଗ୍ରେସକୁ କିପରି ପୁନରୁଦ୍ଧାର କରିହେବ, ହାଇକମାଣ୍ଡଙ୍କୁ ପ୍ରେଜେଂଟେସନ ଦେଇଥିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ୬୦୦ ପୃଷ୍ଠାର ପ୍ରେଜେଣ୍ଟେସନ୍ ମଧ୍ୟରୁ କିଛି ପେଜ୍ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ଦଳର ଢାଂଚାଗତ ପରିବର୍ତନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଫର୍ମୁଲା ଦେଇଛନ୍ତି ପ୍ରଶାନ୍ତ କିଶୋର । ଚର୍ଚ୍ଚା ହେଉଥିଲା, ଚାରିଟି ଫର୍ମୁଲା ଉପରେ ଫୋକସ କରିଛନ୍ତି ପିକେ ।
ପିକେଙ୍କ ‘୪-ଏମ୍’ ଫର୍ମୁଲା
ଏମ୍ ୧- ମେସେଜ
ଏମ୍ ୨- ମେସେଞ୍ଜର
ଏମ୍ ୩- ମିଶନାରୀ
ଏମ୍ ୪- ମେକାନିକ୍ସ
ଚର୍ଚ୍ଚା ଅନୁଯାୟୀ, ପ୍ରଶାନ୍ତଙ୍କ ସବୁଠୁ ବଡ଼ ପ୍ରସ୍ତାବ ମଧ୍ୟରେ ରହିଥିଲା,
- କଂଗ୍ରେସ ଅଧ୍ୟକ୍ଷ ଭାବେ ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ନିର୍ବାଚିତ କରିବା
- ୟୁପିଏ ଅଧ୍ୟକ୍ଷା ପଦରେ ରୁହନ୍ତୁ ସୋନିଆ ଗାନ୍ଧୀ
- କଂଗ୍ରେସ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧୀଙ୍କୁ ରହିବା ପାଇଁ ପ୍ରସ୍ତାବ
- ସମନ୍ୱୟ ସଂପାଦକ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦାୟିତ୍ୱ ଦିଆଯାଉ