ପଶ୍ଚିମବଙ୍ଗକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିବା ପ୍ରସଙ୍ଗ: ରେଳମନ୍ତ୍ରୀଙ୍କ ଅଭିଯୋଗ, କେତେ ଟ୍ରେନ୍ ଚାଲିବ ଏଯାଏଁ କେନ୍ଦ୍ରକୁ ଜଣାଇ ନାହାନ୍ତି ମମତା

ଆବେଦନ କଲେ ଦିନକୁ ଦିଆଯିବ ୧୦୫ ଟ୍ରେନ ଚାଲିବାର ଅନୁମତି

379

କନକ ବ୍ୟୁରୋ: କରୋନା କଟକଣା ଭିତରେ ଦେଶର ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଚଳାଉଛନ୍ତି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଏଥିପାଇଁ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଦାବି କରି ସେମାନଙ୍କ ରାଜ୍ୟର ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଆବଶ୍ୟକ ଟ୍ରେନ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି କ୍ରମରେ ଓଡିଶା , ୟୁପି ପରି ରାଜ୍ୟକୁ ଟ୍ରେନ୍ ଚାଲିଲାଣି । ହେଲେ ପଶ୍ଚିମବଙ୍ଗ , ରାଜସ୍ଥାନ, ଛତିଶଗଡ ପରି ରାଜ୍ୟ ଗୁଡିକ ଏଯାଏଁ କେନ୍ଦ୍ର ନିକଟରେ ଆବଶ୍ୟକ ଟ୍ରେନ୍ ପାଇଁ ଦାବି ଉଠାଉନାହାନ୍ତି ।

ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ।  ଗୋଏଲ କହିଛନ୍ତି ଦେଶର ବିଭିନ୍ନ ରାଜ୍ୟରେ ପଶ୍ଚିମବଙ୍ଗର ଲକ୍ଷାଧିକ ଲୋକ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଏଯାଏଁ ମମତା ଆବଶ୍ୟକ ଟ୍ରେନ୍ ପାଇଁ ଦାବି ରଖିନାହାନ୍ତି । ପୂର୍ବରୁ ହୋଇଥିବା ମାତ୍ର ୭ଟି ଟ୍ରେନ ପାଇଁ ଦାବିକୁ କେନ୍ଦ୍ର ଅନୁମତି ଦେଇସାରିଛି । କିନ୍ତୁ ଏହି ଟ୍ରେନରେ ସମସ୍ତ ପଶ୍ଚିମବଙ୍ଗ ନାଗରିକ ନିର୍ଦାରିତ ସମୟ ଭିତରେ ରାଜ୍ୟକୁ ଫେରିବା ଅସମ୍ଭବ ।