କନକ ବ୍ୟୁରୋ : ପିଏମ୍ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ କ୍ୟାବିନେଟ୍ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋୟଲ। ଗୋୟଲଙ୍କ ସହ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୮.୨୭ କୋଟି ଟଙ୍କା। ପୀୟୁଷ ଗୋୟଲଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭.୪୭ କୋଟି ଥିବା ବେଳେ ତାଙ୍କ ପତ୍ନୀ ସୀମା ଗୋୟଲ ତାଙ୍କ ଠାରୁ ଅଧିକ ଧନୀ। ସୀମା ଗୋୟଲଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦.୩୪ କୋଟି ଟଙ୍କା।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କାର୍ ନଥିବା ସେମାନେ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ମଧ୍ୟ କାର୍ ନାହିଁ। ସୀତାରମଣଙ୍କର ଏକ ବଜାଜ୍ ଚେତକ୍ ରହିଛି। ପିଏମ୍ଓରେ ହୋଇଥିବା ସମ୍ପତ୍ତି ଘୋଷଣା ଅନୁଯାୟୀ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କର ୧୬ଟି ଗାଈ, ୧୩ଟି ମଇଁଷି ଏବଂ ୬,୨୯୩ ଗଛ ଅଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପତ୍ନୀଙ୍କର ସ୍ବିଜରଲାଣ୍ଡ୍ରେ ଏକ ଫ୍ଲାଟ୍ ରହିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡିଙ୍କର ଏବେବି ଏକ ୧୯୯୫ ମଡେଲ୍ ମାରୁତି ୮୦୦ ରହିଛି। ଏହା ତାଙ୍କ ୩.୬୧ କୋଟି ଟଙ୍କା ସମ୍ପତ୍ତିର ଅଂଶବିଶଷ।