କନକ ବ୍ୟୁରୋ: ପିଟବୁଲ ଆତଙ୍କ ଥମିବାର ନାଁ ନେଉନି । ବାରମ୍ବାର ଏହି ଖବର ସାମ୍ନାକୁ ଆସୁଛି । ଏପରି ଆଉ ଏକ ଖବର ଆସିଛି ଦିଲ୍ଲୀ ଗାଜିଆବାଦରୁ । ସୋସାଇଟି ପାର୍କରେ ଖେଳୁଥିବା ଜଣେ ନାବାଳିକାକୁ ପିଟବୁଲ କାମୁଡି ଆହତ କରିଛି । ଫଳରେ ସେଠାରେ ଥିବା ଲୋକଙ୍କ ମନରେ ଛନକା ପଶିଛି ।
ଏଠାରେ ଥିବା ଇନ୍ଦିରାପୁରମ୍ ସିବିଟେକ୍ ସୋସାଇଟି ପରିସରରେ ଖେଳୁଥିବା ସମୟରେ ପିଟବୁଲ ୧୧ ବର୍ଷୀୟା ଝିଅ ତନିଷ୍କାକୁ କାମୁଡି ଗୁରୁତର କରିପକାଇ୍ଥିଲା । ନାବାଳିକାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଲିକଙ୍କୁ ବେପରବାୟ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ତନିଷ୍କାଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ପିଟବୁଲର ଆକ୍ରମଣରେ ଗାଜିଆବାଦରେ ଜଣେ ଗୁରୁତର ହୋଇଥିବା ଖବର ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/5-18.jpg)